ଭୂତାଣୁ ଆତଙ୍କ
ଭୂତାଣୁ ଆତଙ୍କ


ସମୟ ଅଛି
ସମ୍ପର୍କୀୟଙ୍କୁ ଭେଟିବାକୁ ମନବି ଅଛି
ହେଲେ କେଉଁ ଏକ ଭୂତାଣୁ ର ଆତଙ୍କ
ପଛକୁ ଟାଣୁଛି
ସମୟର ଆହ୍ୱାନେ
ଘରେ ବସି ବାହାରର ଖବର
ଜାଣିବାକୁ ହେଉଛି
ବାହାରକୁ ପାଦ ଖସଡ଼ାର
ସମ୍ଭାବନା ରହୁଛି
ଛିଙ୍କ କେବେ ଶୁଭ
ଅଶୁଭର ବିଚାର ଥିଲା ବେଳେ
ଏବେ କିନ୍ତୁୁ ଆତଙ୍କର ଚିତ୍ର
ନଜର ଆସୁଛି
ସନ୍ଦେହର କୁହେଳିକା ସୃଷ୍ଟି ହେଉଛି
ମନର ସ୍ୱଚ୍ଛତା ଅଛି
କିନ୍ତୁୁ ହାତ ଉପରେ ସନ୍ଦେହ ଆସୁଛି
କେଉଁ ଏକ ଭୂାତାଣୁର ଆତଙ୍କ
ପଛରୁ ଟାଣୁଛି
ହାଟ,ବାଟ,ମନ,ମସ୍ତିଷ୍କ
ସବୁଠି ଭୂତାୁଣୁର ଆଡ୍ଡା ଜମିଛି
ପରିବର୍ତ୍ତିତ ସମୟ କ୍ରମେ
ଭୂତାଣୁର ଭୟ ବାତାବରଣରୁ
ଦୂରେଇ ଯିବ
କିନ୍ତୁୁ ରଚି ଦେଇଯିବ
ଅନେକ କ୍ଷତାକ୍ତ ମନର
ବିଭିଷିକାମୟ ଅନୁଭବ ା