STORYMIRROR

Mrs. SASMITA DAS

Tragedy

4  

Mrs. SASMITA DAS

Tragedy

ଭୂତାଣୁ ଆତଙ୍କ

ଭୂତାଣୁ ଆତଙ୍କ

1 min
34

ସମୟ ଅଛି

ସମ୍ପର୍କୀୟଙ୍କୁ ଭେଟିବାକୁ ମନବି ଅଛି

ହେଲେ କେଉଁ ଏକ ଭୂତାଣୁ ର ଆତଙ୍କ

ପଛକୁ ଟାଣୁଛି

ସମୟର ଆହ୍ୱାନେ

ଘରେ ବସି ବାହାରର ଖବର

ଜାଣିବାକୁ ହେଉଛି

ବାହାରକୁ ପାଦ  ଖସଡ଼ାର

ସମ୍ଭାବନା ରହୁଛି

ଛିଙ୍କ କେବେ ଶୁଭ

 ଅଶୁଭର ବିଚାର ଥିଲା ବେଳେ

ଏବେ କିନ୍ତୁୁ ଆତଙ୍କର ଚିତ୍ର

ନଜର ଆସୁଛି

ସନ୍ଦେହର କୁହେଳିକା ସୃଷ୍ଟି ହେଉଛି

ମନର ସ୍ୱଚ୍ଛତା ଅଛି

କିନ୍ତୁୁ ହାତ ଉପରେ ସନ୍ଦେହ ଆସୁଛି

କେଉଁ ଏକ ଭୂାତାଣୁର ଆତଙ୍କ

ପଛରୁ ଟାଣୁଛି

ହାଟ,ବାଟ,ମନ,ମସ୍ତିଷ୍କ

ସବୁଠି ଭୂତାୁଣୁର ଆଡ୍ଡା ଜମିଛି

ପରିବର୍ତ୍ତିତ ସମୟ କ୍ରମେ

ଭୂତାଣୁର ଭୟ ବାତାବରଣରୁ

ଦୂରେଇ ଯିବ

କିନ୍ତୁୁ ରଚି ଦେଇଯିବ

ଅନେକ କ୍ଷତାକ୍ତ ମନର

ବିଭିଷିକାମୟ ଅନୁଭବ ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy