STORYMIRROR

Mrs. SASMITA DAS

Abstract

4  

Mrs. SASMITA DAS

Abstract

ସମ୍ଭାବନା

ସମ୍ଭାବନା

1 min
23.1K

ମୁଁ ଚୁପ୍ ଥିଲି

ସମୁଦ୍ରର ଗଭୀର ଜଳରାଶିକୁ

ନିରୀକ୍ଷଣ କରୁଥିଲି

ଦିଗବଳୟରେ ସମୁଦ୍ରର

ଉନ୍ମତ୍ତ ଢ଼େଉସବୁ

ଆକାଶମୁଖୀ ହେଉଥିଲେ

ନୂଆ ଏକ ସମ୍ଭାବନା

ହେବାକୁ ଚେଷ୍ଟା କରୁଥିଲେ

ପୁନର୍ବାର ତାଙ୍କ ସ୍ଥିତିକୁ ଫେରୁଥିଲେ

ସମୁଦ୍ରରର ଗଭୀର ଜଳରାଶିରେ

ଲୀନ ହେଉଥିଲେ

ସବୁଦିନ ପରି

ଏହି ନୂଆ ଚେଷ୍ଟା

ନୂଆ ଏକ ସମ୍ଭାବନାରେ

ସିମୀତ ରହିଥାଏ

ଯଦିବା ସେମାନଙ୍କ ସ୍ଥିତି

ସେହି ସମୁଦ୍ରର ବକ୍ଷରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract