ନାରୀ ଶିକ୍ଷା
ନାରୀ ଶିକ୍ଷା
ନୁହେଁ ନିଷ୍ପେସିତl, ନୁହେଁ 'ସେ' ପତିତl
ନୁହେଁ ଆଜି ଅବହେଳିତl,
ସୃଷ୍ଟିର ସଂସ୍ଥିତା, ସୃଷ୍ଟିର ଧ୍ବଂସିତା
ନାରୀ ଯୁଗେ ବିଶ୍ୱ ବନ୍ଦିତା l (1)
ବିଭିନ୍ନ କ୍ଷେତ୍ରରେ ନାରୀ ଅଗ୍ରଣୀୟ l
ହେବା ପାଇଁ ଆଜି ସମକକ୍ଷ l,
ଘାସ କଟା ଠାରୁ ମହାକାଶ ଯାଏଁ
ପ୍ରଗତି ପଥରେ ନାରୀ ଶିକ୍ଷା l (2)
ସତୀ, ବାଲ୍ୟ ବିବାହ ଉଠି ଗଲାଣି
ପ୍ରାପ୍ତ ବୟସେ ହୁଏ ବିବାହ,
ସରକାରଙ୍କର ବିଭିନ୍ନ ଯୋଜନା
ନାରୀ ମନେ ଜାଗଇ ଆଗ୍ରହ l(3)
ଏକଜୁଟ ହୋଇ ନାରୀ ମାନେ ମିଶି
ସଶକ୍ତିକରଣ ଯେ ଗଢିଲେ,
ନାରୀ ନିର୍ଯାତନା, ଯୌତୁକ ପ୍ରଥାକୁ
ସଦଳ ବଳେ ଯାଇ ରୋକିଲେ l(4)
ସାରଳା, କୁନ୍ତଳା, ରମାଦେବୀ ଆଦି
ଯେତେକ ମହିୟସୀ ମହିଳା,
ନାରୀ ଶିକ୍ଷାର ପରାକାଷ୍ଠା ଦେଖାଇ
ସମ୍ବରଣ କଲେ ଇହଲୀଳା l (5)