କିଛି ବାଟ
କିଛି ବାଟ
ଆପଣାର ମଣିଷ ପାଇଁ
ଜୀବନ୍ ଜୀଇଁବାକୁ ପଡ଼େ ବୋଲି
ଛାତିର ଦରଦକୁ ଲୁଚେଇ
ମିଛ ହସ ହସିବାକୁ ପଡ଼େ !
କିଛି ଅବଧି
ଶାନ୍ତିରେ ବଞ୍ଚିବାକୁ ଚାହିଁଲେ
ଶାନ୍ତିର ଠିକଣା ହିଁ ମିଳେ ନାହିଁ,
ଅପେକ୍ଷା, ଉପେକ୍ଷାଠୁ ବି ବଳିଯାଏ
ଯନ୍ତ୍ରଣାର ଫଣା ମେଲେଇ ।
ସତ କିଛି କହିହୁଏ ନାହିଁ
ବାସ୍ତବତା ସ୍ୱପ୍ନରେ ଯାଏ ମିଳେଇ
ଅଭାବର ପ୍ରତିଛବି ଛାପ ଛାଡୁଥାଏ
ଆଉ କିଛିବାଟ, ବାଟ ଦେଖେଇ ।।