ଏକଲା ପଣ
ଏକଲା ପଣ
ନିଷ୍ଠୁର ନିୟତୀ ର ଅଦୃଶ୍ୟ ଇଂଗୀତ ରେ
ଜୀବନର ଧ୍ରୁବ ସତ୍ୟ-ମୃତ୍ୟୁ କୁ ସମ୍ମାନ ଜଣାଇ
ସିଏ ଚାଲିିଗଲା ପିନ୍ଧି ଅହ୍ୟରାଣୀ ର ମୁକୁଟ,
ଛାତିକୁ ପଥର କରି ସହିିିିବାକୁ ହେଲା
ଦୁଃଖ ଆଉ ଦୁଃଖ ରେ ଏକଲା ପଣକୁ।
ଜଣେ ପରେ ଜଣେ ଅପସରି ଗଲେ
ଦୁଃଖ ର କୋଳାହଳ ରୁ ନିଜକୁ ଦୂରେଇ
ଯେଝା କର୍ମମୟ ଜୀବନ ଭିତରକୁ,
ପୂର୍ଣ୍ଣତାରେ ଭରିଥିବା ଘର ଭିିତରେ
ଶୂନ୍ୟତାର ରାଜପଣ।
ସମସ୍ତେ ତ ଆପଣାର ,ଅତି ଆପଣାର,
କିନ୍ତୁ ନିିିଜର?
ନିଦ୍ରାହୀନ ଆଖି, ସଂଗହୀନ ନିିଦ୍ରା
ନିଦ ନାହିଁ, ସ୍ୱପ୍ନ ନାହିଁ, ନାହିଁ ସଂଗ
ଅଛି ଖାଲି ବଂଚିବାର ଲୋଭ,
ବଂଚିବାକୁ ହେବ କିିନ୍ତୁ ନିଃସଂଗପଣରେ।
ମେଘକୋଳେ ଚାନ୍ଦ ଲୁଚିଗଲାପରି
ରାଗ,ଅଭିିିମାନ, ଆଦେଶ ,ନିିର୍ଦ୍ଦେଶ
ଲୁଚିଗଲା ସବୁ,
ନିଃସଂଗତା ର ଜରୁରୀ ବାର୍ତ୍ତାରେ।
ଏହିତ ଜୀବନ, ଜୀବନର ସତ୍ୟ
ଜୀବନର ଆବର୍ତ୍ତମାନରେ,
ପ୍ରାଣରେ ଏକାକୀ ପଣ
ଏହାକୁହିଁ ଆପଣାର କରି ବଂଚିବାକୁ ହୁଏ
ନିଃସଂଗତା କୁ ପାଥେୟକରି
ବାକିଜୀବନର ପୂର୍ଣ୍ଣତା ପାଇଁ ।
