ସମର୍ପଣ
ସମର୍ପଣ
ସେଦିନ ସେ ବିଜନ ବେଳାରେ
ଧୂ ଧୂ ଖରାବେଳେ ପାଇଥିଲି ବାର୍ତ୍ତାଟିିଏ ତାର,
କହିିିଥିଲା ଆସିିିବ ସେ ଭିନ୍ନ ଏକ ଭାବନାରେ,
ଆସିଲା ତ।
ଆସିିିଲା ସେ,
ହାତେ ଧରି କଣ୍ଟା ଶୂନ୍ୟ ଗୋଲାପଟେ ,
ଆଖିରେ ଆଖିଏ ସ୍ୱପ୍ନ,ଅନେକ କଥା
ପ୍ରେମର,ପ୍ରଣୟର,ମିଳନର କଥା ,
ଆଗାମୀର ସୁନ୍ଦର ଭବିଷ୍ୟତ ପାଇଁ।
ଦୃପ୍ତକଣ୍ଠେ କହିଦେଲା ବଢାଇ ସେ ଫୁୁୁଲ
"ମୁଁ ତୁମକୁ ଭଲ ପାଏ",କରୁୁଛି ପ୍ରପୋଜ,
ଆଜି ପରା ପ୍ରପୋଜ ଡେ।
ଆଙ୍କିଦେଇ ଚୁମ୍ବନ ଟିଏ ଗଣ୍ଡଦେଶେ ତାର
ଏକାକାର କରିିଦେଇ ତନୁ ମନ
କହିିିଦେଲି,ମୁଁ ବି ଭଲପାଏ ତତେ,
ଆଦରି ନେଉଛି ତୋ ପ୍ରପୋଜକୁୁ ମନ ହୃଦୟରେ।
ଆଳସୀ ପ୍ରିୟା ମୋ ସଲ୍ଲଜେ କହିିଲା ଧିରେ,
ପ୍ରେମ ରେ ପ୍ରେମରେ କଟିବ ଜୀବନ
କଥା ଦିଅ ମତେ ଥରେ।
ତା ପ୍ରେମର ଉଷ୍ମତା ରେ ସମର୍ପଣର ଆବେଗରେ
ହୋଇଥିଲି ମତୁଆଲା,
ବର୍ଷ ପରେ ବର୍ଷ ବିତୁଥିଲା,ବୟସ ବି
ତଥାପି ପୁଣି ଏକ ନୂତନ ଗୋଲାପର ସୁଗନ୍ଧ ରେ
ଆଜି ବି ହସୁୁଛି ଆମ ପ୍ରେମର ମିଳନର ଫୁଲଡାଲା।