STORYMIRROR

Nilakantha Dash

Classics

4  

Nilakantha Dash

Classics

ଧରାପୃଷ୍ଠେ ଶୀତ

ଧରାପୃଷ୍ଠେ ଶୀତ

1 min
279

ପଞ୍ଚମ ପାଦରେ ଧରାପରେ ପ୍ରବେଶଇ ଶୀତ

ଠପ୍ ଠପ୍ କାକର ଟୋପାରେ,

ତା ସାଥିରେ ଧନଲକ୍ଷ୍ମୀ ଆସନ୍ତି ଓହ୍ଲାଇ

ପାର୍ବଣର ଆଉ ଏକ ଭିନ୍ନ ଉଲ୍ଲାସରେ।

ଧରାପୃଷ୍ଠେ ନ'ଥାନ୍ତା ଯଦି ମୋର ଉପସ୍ଥିତି

ରୂପ ସବୁ ଭିନ୍ନ ହୋଇଥାନ୍ତା

ବର୍ଷ ସାରାର ଲୁହ ଆଉ କଷ୍ଟ ଭିଜା ଫସଲ ସବୁ

ମାଡିମକଚି ମୁହଁ ଗୁଞ୍ଜି ରହିିଥାନ୍ତେ

ଲଟପଟ କାଦୂଅ ଭିତରେ।

ତେଣୁ ମୁଁ ଆସିଛି

ଚାଷୀ ମୁୁହଁରେ ହସ ପାଇଁ

ଖୁୁସି ଆଉ ଆନନ୍ଦ ର ଦିନଚର୍ଯ୍ୟା ପାଇଁ,

ବାସହୀନ କାଶତଣ୍ଡୀ କୁ ଦୂୂୂରେଇ

ଝରା ଶେଫାଳୀ,ଗଙ୍ଗଶିଉଳି ର ବାସ୍ନା ନେଇ

ଶୀତୁଆ ପବନ ସହ କୁହୁଡିର ଆସର ଜମାଇ

ମୁଁ ଆସିିିଲି ମା'ଲକ୍ଷ୍ମୀ ଙ୍କ ଆବାହନ ଗାଇ।

ମୁଁ ଆସିିିଲି ଋତୁ ଟିଏ ହୋଇ

ପତ୍ର ଝଡା ଋତୁ,

କାହିଁଁକି କେଜାଣି ଦିନ ସବୁ ହୋଇଯାନ୍ତି ଛୋଟ

ମୋର ଆଗମନରେ

ମୁଁ କିନ୍ତୁ ରାତିର ଗହଳ ନିିଦ ପାଇଁ

ପୃୃଥିବୀକୁ ଘେରିିଯାଏ ମୋର ହେମାଳ ହାତରେ।

କିିନ୍ତୁ ଆଜିକାଲି

ମୁଁ ବହୁତ ଦୂର୍ବଳ

କାହା ପାଖରେ ନାହିଁ ମୋ ବିିଶେଷଣ

"ମାଘ ର ବାଘୁୁୁଆ ଶୀତ"।

ତଥାପି ମୁଁ ଆସିଛି, ଆସୁୁଛିି ,ଆସୁଥିବି

ଜୀବନ ନିିିର୍ବାଣ ର ଘନ ଅନ୍ଧାର ଭିତରେ

ଆଗାମୀ କୁ ବାର୍ତ୍ତା ଟିିିଏ ଦେବାପାଇଁ

ମୋ ନିଷ୍ଠୁରପଣକୁୁ ଘୃଣା କରି ହେଉପଛେ

ନବ ପଲ୍ଲବ ରେ ପଲ୍ଲବିତ କରିବାକୁୁ

ଏ ସୁନ୍ଦର ଧରାକୁ,ପ୍ରକୃତି କୁ।



రచనకు రేటింగ్ ఇవ్వండి
లాగిన్

Similar oriya poem from Classics