STORYMIRROR

Nilakantha Dash

Inspirational

3  

Nilakantha Dash

Inspirational

ମୁଁ ନାରୀ

ମୁଁ ନାରୀ

1 min
1.1K

ମୁଁ ନାରୀ,

ସୃଷ୍ଟି, ସ୍ଥିତି, ପ୍ରଳୟର ଜୀବନ୍ତ ସାଖୀଟିଏ

ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ର ମନ୍ଦାକିନୀ ଧାରାଟିଏ।

ମୁଁ ନାରୀ,

ବକ୍ଷରେ ଅମୃତ,ବାଣୀ ରେ ମଧୁରତା

ଲଜ୍ଜା ର ଆଭରଣ, ରୂପର ସୌନ୍ଦର୍ଯ୍ୟରେ ଭୂଷିତ

ସର୍ବଂସହା ର ପ୍ରତିମୂୂର୍ତ୍ତୀଟିିିଏ।

ମୁଁ ନାରୀ,

ସଂଗୀତ ର ମୂର୍ଛନାରେ,ନୃତ୍ୟ ର ଭଂଗୀରେ

କାବ୍ୟ ର ଶବ୍ଦରେ ନାୟିିକା ମୁଁ,

ଅନାବିିିଳ ମାତୃୃୃତ୍ବ ପ୍ରଦାନକାରୀ ମା'ଟିଏ ମୁଁଁ ।

ମୁଁ ନାରୀ,

ହୋଇପାରେ ମନ୍ଦିର ଗାତ୍ରର ଚିତ୍ରନଟୀ,

ଅବା କେଉଁ କାମୁୁୁକ ଲମ୍ପଟର ବଳାତ୍କାରୀ

କ୍ଷତାକ୍ତ ହୋଇ ବି କ୍ଷମାମୟୀ ମୁଁ।

ମୁଁ ନାରୀ,

ପ୍ରକୃୃୃତି ମୁଁ ,ପୁରୁୁଷର ପବିତ୍ର ସ୍ପର୍ଶ ରେ

ସୃଷ୍ଟିକର୍ତ୍ତା ହୁଏ ପ୍ରକୃତି ଆଉ ପୁରୁଷର

ମୋ ସଂବେଦନଶୀଳ ଅଂଗ ର ବେଦନା ବିିନିମୟେ,

ମୋ ଆବଦ୍ଧ ଭାଣ୍ଡ ରୁ ଅମୃତ ଦେଇ

ମୁଁ ହୁଏ ଶକ୍ତି ଆଉ ପ୍ରେରଣା ର ଉତ୍ସ।

ମୁଁ ନାରୀ,

ମୁଁ ବି ନାରାୟଣୀ,

ମୁଁ ସୃଷ୍ଟି କରେ, ବିନାଶ ବି

ମୋ ଆଖିର ଅଗ୍ନି ସ୍ଫୁୁଲିିଙ୍ଗ ରେ,

ମୋ ସମ୍ମାନରେ ସୃଷ୍ଟି ହୁଏ ମଧୁମୟ

ଅପମାନ ରେ ବିିିିନାଶ

ନିଷ୍ପତ୍ତି ପୁରୁଷର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational