STORYMIRROR

Nilakantha Dash

Romance

3  

Nilakantha Dash

Romance

ପ୍ରେମ

ପ୍ରେମ

1 min
829

ରାତ୍ରିର ନିସ୍ତବ୍ଧ ପ୍ରହରେ ଆସିଛି ଲାଜେଇ ପ୍ରିୟା

ଯେତେବେଳେ ଆକାଶଟା ଗୁୁୁମସୁମ୍,

ପୃଥିବୀ ରେ ଅଳ୍ପ ନୀରବତା

ପ୍ରକୃତିି କୋଳରେ ଝିଙ୍କାରୀର ଝିିଁ ଝିଁ ଶବ୍ଦ,

ସାଗରରେ ଢେଉର ଆବାଜ୍

ଚାରିପଟେ ଅନ୍ଧାର ,ଗାଢ଼ ଅନ୍ଧାର

ତା ଭିତରେ ସ୍ୱପ୍ନ, ସ୍ୱପ୍ନରେ ପ୍ରିୟା,ତା ସାଥେ ତା ପ୍ରେମ

ପ୍ରେମ ରେ ପ୍ରେମରେ ପ୍ରଣୟର ଭିିକ୍ଷା,

ରାତିକୁ କରୁଥିଲା ମତୁୁଆଲା,ମାଦକ ଭରା

ଦୁଇ ମନ ପ୍ରାଣ ଏକାକାର 

ନିଜକୁ ନିଜ ଭିତରେ ଆବଦ୍ଧ ରଖି

ଜାଗ୍ରତ ହେବା ପରେ, ଘର ଭିତରର 

ଅନ୍ଧାର ଚେତାଇ ଦେଲା ସବୁୁ କିିିଛି ସ୍ୱପ୍ନ ଥିଲା।   ପ୍ରେମରେ ତ ଏମିିିତି ହୁଏ

ସ୍ୱପ୍ନ,ଆବେଗ,ମିିଳନ, ବିଛେଦ,ଆଶା,ନିିିରାଶା 

ପାଇ ହରାଇବାର ଦୁଃଖ ,ପୁନଃ ପ୍ରାପ୍ତିିିର ଆନନ୍ଦ

ପ୍ରତ୍ୟାଶାରେ ପ୍ରେମକୁ ବାନ୍ଧି ରଖିବାର କଳ୍ପନା

ପରିିିପୁଷ୍ଟ କରିବାର ଇଛା,ତ୍ୟାଗର ଭାବନା,

ପ୍ରେମୀ କୁ କରେ ଆନମନା,

ସିଏ ଦିବସ ର ଉଜ୍ଜ୍ୱଳ ଆଲୋକ ହେଉ

ଅବା ରାତିିର ବହଳ ଅନ୍ଧାର,   

'ପ୍ରେମ ସପ୍ତାହ'ର ଅପେକ୍ଷା ରଖେନା ସିଏ,

ପ୍ରେମ ହୋଇଯାଏ,

ଚକୋଲେଟ୍ ଖୋଳର ସୁନ୍ଦର ଆବରଣ ଭିତରେ

ପ୍ରେମୀ ଯୁୁୁଗଳଙ୍କ ପ୍ରେମର ସୁୁୁଗନ୍ଧ ଆଉ ମଧୁରତା

ରହିିିଥାଏ ଆବଦ୍ଧ ହୋଇ ସବୁୁଦିନ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance