ସେନେହ ମମତା ଡୋରି ରେ ଗୁନ୍ଥା
ସେନେହ ମମତା ଡୋରି ରେ ଗୁନ୍ଥା
ସେନେହ ମମତା ଡୋରି ରେ ଗୁନ୍ଥା
ଗହ୍ମା ପୂର୍ଣ୍ଣମୀ ଏ ଦିବ୍ୟ ବାରତା ।
ଦିଏ ପ୍ରତି ଜନ ମନ ରେ ସଦା
ପ୍ରୀତି ଅନୁରାଗ ଆଦର ଶ୍ରଦ୍ଧା ।
ପ୍ଲାବନ ଖେଳାଇ ଜନ ଜୀବନ
ସସ୍କୃତି କୁ କରେ ଯେ ସଂରକ୍ଷଣ ।
ପିଠା ପଣା , ମିଠା , ମଉଜ ଭରେ
ହୁଅଇ ଏ ଦିନ ଯେ ଘରେ ଘରେ ।
ଭଉଣୀ ମାନେ ସେ କେତେ ଆଦରେ
ରେଶମୀ ଡୋର ଟେ ଭାଇ ହାତ ରେ ।
ବାନ୍ଧି ଦେଇ ଥାନ୍ତି ରକ୍ଷା ବନ୍ଧନ
ସ୍ନେହ ମମତାର ଭରା ପ୍ଲାବନ ।
ତୋଳି ଥାଏ ଏହି ଏ ଟିକି ରାଖି
ଚିର ଦିନ ରହେ ଆଦର ସାକ୍ଷୀ ।
ସତେ କି ବା ସ୍ନେହ ମମତା ଧାର
ଡୋରି ରେ ଗୁନ୍ଥା ସେ ପଠାଏ ତା ର ।
ଭଉଣୀ ରାକ୍ଷୀ ରେ ଆନନ୍ଦ ମନେ
ଭାଇ ହାତେ ବାନ୍ଧି ଦିଏ ଏ ଦିନେ ।
ଭାଇ ଙ୍କର ଶୁଭ କାମନା ପାଇଁ
ପାଳନ୍ତି ପରବ ଗହ୍ମl ପୁନେଇଁ ।

