ଚଉପଦୀ -୧୬ (ବରଷା ଭାବନା)
ଚଉପଦୀ -୧୬ (ବରଷା ଭାବନା)
କାହିଁ କେତେ ଦୂରେ ସତରେ ଅଛ ତୁମେ ପ୍ରିୟା
ତୋ ବିନା ୟେ ଶ୍ରାବଣ ସନ୍ଧ୍ୟା ଲାଗେ ନିଛାଟିଆ
ଲଗାଉଛି ନିଆଁ
ଦେହେ ଲଗାଉଛି ନିଆଁ
କାହିଁ କେତେ ଦୂରେ ସତରେ ଅଛ ତୁମେ ପ୍ରିୟା ।
ବାହାରେ ବରଷା ବରଷେ ରିମି ଝିମି ତାଳେ,
ବାଜା ବାଜୁଅଛି ସତେକି ବେଙ୍ଗୁଲି ଙ୍କ ସ୍ଵରେ;
ଝିଙ୍କାରିର ଶଦ୍ଦ ବୀଣା,
ସେ ଶବଦେ ମନ ହଜେ ହଜଇ ଦୁନିଆଁ;
ଲଗାଉଛି ନିଆଁ,
ଦେହେ ଲଗାଉଛି ନିଆଁ,
କାହିଁ କେତେ ଦୂରେ ସତରେ ଅଛ ତୁମେ ପ୍ରିୟା ।
ଅଦୂରୁ ପାହାଡି ଝରଣା କୁଳୁ କୁଳୁ ଗୀତ,
ବାରମ୍ବାର ଶ୍ରୁତି ପଥେ ହୁଏ ସ୍ପନ୍ଦାୟିତ;
ହସେ ଅଦୂରେ ଚନ୍ଦ୍ରମା,
ଜହ୍ନରେ ଦିଶଇ ସଖୀ ତୋ ମୁଖ ଲାଲିମା;
ଲଗାଉଛି ନିଆଁ,
ଦେହେ ଲଗାଉଛି ନିଆଁ;
କାହିଁ କେତେ ଦୂରେ ସତରେ ଅଛ ତୁମେ ପ୍ରିୟା ।
ମାରେ ଘନେ ବଜ୍ର ବିଜୁଳି ଘଡଘଡି ରଡି,
ସିଁ’ ସିଁ’ ଗତି ପବନ ମଉସୁମୀ ଝଡି;
ମନ ହୁଏ ଆନମନା,
ସରାଗ ଉଷୁମ ସ୍ପର୍ଶ ତୋ କୋଳ ଝୁଲଣା;
ଲଗାଉଛି ନିଆଁ,
ଦେହେ ଲଗାଉଛି ନିଆଁ,
କାହିଁ କେତେ ଦୂରେ ସତରେ ଅଛ ତୁମେ ପ୍ରିୟା ।
ମନ୍ଦବିହି ଛନ୍ଦରଚି କଲା ହୀନିମାନ,
କଷ୍ଟ ପରେ କଷ୍ଟ ଏହି ପ୍ରବାସୀ ଜୀବନ;
ଆରେ ମୋ ନବ ନବୀନା,
ପ୍ରଫୁଲ୍ଲ ଫୁଲ ଗଜରା ବରଷା ଭାବନା;
ଲଗାଉଛି ନିଆଁ,
ଦେହେ ଲଗାଉଛି ନିଆଁ,
କାହିଁ କେତେ ଦୂରେ ସତରେ ଅଛ ତୁମେ ପ୍ରିୟା ।