STORYMIRROR

Chaturbhuja Sahoo

Romance

3  

Chaturbhuja Sahoo

Romance

କେବଳ ତୁମରି ପାଇଁ

କେବଳ ତୁମରି ପାଇଁ

1 min
116


      

ନୀଳ ଆକାଶର ଜହ୍ନ ଭାଗ୍ୟରେ 

ନାହିଁ ପୁନେଇଁ ର ତିଥି,

ଭୁଲିଯିବ ପ୍ରିୟା ଥିଲା କେହିଜଣେ 

ଅଳପ ଦିନ ଅତିଥି ।


ଏବେ ମୋ ଆକାଶେ ଚନ୍ଦ୍ରମା କ୍ଷୟ 

ଅପେକ୍ଷାର ଅମାବାସ୍ୟା

ନୀଳକଇଁ ସାଜି ଆଗୋ ପ୍ରିୟତମା

କରନାହିଁ ଲୋକହସା ।


ଅଧୁରା ସ୍ବପ୍ନ ମୋ' ଅଧରେ ହଜିଲା 

ଲୁହ ମହାନଦୀ ପାଣି 

କେମିତି ଆଉ ବା ଦେଖିବି ସପନ 

ତମେ ମୋର ପାଟରାଣୀ ।


ମିଳନ ଯାହାର ଭାଗ୍ୟରେ ନାହିଁ

ନ ମିଳୁ ତାକୁ ସାନିଧ୍ୟ

ଯୁଗ ଯୁଗ ପାଇଁ ମୀରା ସମ ସ୍ନେହ

କରିବ ତମକୁ ବାଧ୍ୟ ।


ଅଶାନ୍ତ ସାଗରେ ଜୁଆର ଭଟ୍ଟା 

ଖାଉଛି କୂଳ କିନାରା

ବାଆଁରା ପକ୍ଷୀ ମୁଁ ଉଡେ ସେ କୂଳରେ 

କିଏ ବା ଅଛି ସାହାରା ।


ଅପେକ୍ଷାର ଫଳ ଅମୃତ ସମ 

ସ୍ମୃତିମୟ ମଧୁଛନ୍ଦା,

ତୁମରି ପାଇଁ କି ଆଜି ବି ପ୍ରତୀକ୍ଷା

ଅଜବ ଗୋଲକ ଧନ୍ଦା ।


ଭୁଲି ଯାଅ ସଖି ବୁଜି ଦେଇ ଆଖି 

ସଜଳ ସ୍ମୃତିର ଚିତ୍ର 

ହେଲେ ପାରୁନାହିଁ ଭୁଲି ମୁଁ ତମକୁ 

ଗାଉଛି କବିତା ମାତ୍ର ।


ଏଇ ପ୍ରତୀକ୍ଷାର ଅନ୍ତ କି ଅଛି 

ଜନମ ଜନମ ପାଇଁ !

ବିରହୀ କବି ମୁଁ ବଇରୀ ସାଜିଛି

କେବଳ ତୁମରି ପାଇଁ ।


Rate this content
Log in

Similar oriya poem from Romance