STORYMIRROR

Chaturbhuja Sahoo

Classics

4  

Chaturbhuja Sahoo

Classics

ବାପାତୁଠପଥର ବନାମ୍ ଶାଳଗ୍ରାମ

ବାପାତୁଠପଥର ବନାମ୍ ଶାଳଗ୍ରାମ

1 min
12


ଜାଣିଲା ଦିନଠୁ ଆଜିଯାଏଁ 

ତାଙ୍କୁ ଦେଖୁଛି 

ଘର ଅଗଣାରେ....

ବିଲରେ, ହାଟରେ, ସଭାସମିତିରେ..

ମୋ'ର ପ୍ରେରଣାର ଉତ୍ସ 

ମୋ ମୁଣ୍ଡକୁ ଛାତ, 

ଅଜସ୍ର ଆଜ୍ଞା ଆଉ ଆଶୀର୍ବାଦର ପାହାଡ଼ ଋପରେ....

ଗାଁ ପୋଖରୀର ତୁଠ ପଥର ଭଳି

ଚଲାପଥର ପ୍ରତିଟି ପାଦରେ 

ଜୀବନର ପ୍ରତିଟି ସ୍ପନ୍ଦନରେ ......


ମୁଁ - 

ଏବେ ଗାଁ ଠୁ ଦୂରରେ 

ତାଙ୍କୁ ଛାଡିଦେଇ ମୋ ଭଙ୍ଗା ଦେଉଳର ସ୍ବପ୍ନ-ପୁରୀରେ ... 

ଏଥର ଘରକୁ ଗଲାପରେ 

ଦେଖିଲି -

ପାହାଡ଼ ମନର ଅଳିନ୍ଧୁ

ଶ୍ବାସଋଦ୍ଧ କୋହ, ଆଖିରେ ଆଖିଏ ଲୁହ

ତଥାପି ଆଶିର୍ବାଦ ଝରୁଥିଲା ।

ବାଃ....

ମାୟା ର କି ଆକର୍ଷଣ 

ମମତାର ମୋହ ...

ଅପାଲା' ର ଦାଦା ଦାଦା ଡାକରେ

ତାଙ୍କ କ୍ଷୀଣସ୍ବରର 

କରୁଣ ପ୍ରତ୍ଯୁତ୍ତରରେ ଥିଲା....

ଆ'....ନାନା..….ଆଆ...


ମୋ' ଅନ୍ତଃସ୍ବର ବିଳପି ଉଠୁଥିଲା

ତୁଠପଥର, ତୁଠ ପଥର ନୁହଁ 

ବରଂ ମୋ'ସରଗର 

ଭଙ୍ଗା ଦେଉଳର ସିଂହ ଦୁଆରରେ ପୂଜା ପାଉଥିବା 

ଶାଳଗ୍ରାମଟିଏ..... ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics