STORYMIRROR

Chaturbhuja Sahoo

Classics

4  

Chaturbhuja Sahoo

Classics

ଶିରୀ

ଶିରୀ

1 min
265


ମାଁ ତୁମ ଆଗମନରେ

ହସିଉଠେ ଧରା,

ପାର୍ବଣର ମହକରେ....

ପରିବର୍ତ୍ତନ ର ବିବର୍ତ୍ତନ 

ବଦଳେ ଦିନ ମାସ ବର୍ଷ 

କ୍ୟାଲେଣ୍ଡର ପୃଷ୍ଠା ଭଳି ଋତୁଚକ୍ରରେ... 

ନଈପଠାର କାଶତଣ୍ଡୀ 

ଅଭିମାନ ଭାଙ୍ଗି

ବିଲୀନ ହୁଏ କାକର ଟୋପା ରେ

ମାଁ ତୋ ଶିରୀ

ଆଶ୍ଵିନର ଦଶଭୁଜା 

ମଗୁଶିରର ଅନ୍ନପୂର୍ଣ୍ଣା 

ମାଁ, ତୁମେ ପୁନଶ୍ଚ ଆବିର୍ଭୁତା ହୁଅ

ପୀଠ ରୁ ବାହାରି ପଠାରେ 

ମଙ୍ଗଳମୟୀ 

ଜଗତର କଲ୍ୟାଣରେ

ପାପ ପରେ ପୁଣ୍ୟର ଜୈତ୍ର ଧ୍ଵଜା ଉଡ଼େ 

ମାଁ ତୁମେ ହୁଅ ଅପରାଜିତା 

ଦୈବୀ ଶକ୍ତି ନେଇ

ଓମ୍ କାର ଧ୍ବନିରେ

ସବୁ ପୀଠରେ

ସମୟ ସୁଅରେ ତୁମେ ବଦଳି ଯାଅ

କଥା ଦେଇ ଚାଲିଆସ 

ବଡ ଠାକୁର ବଡ଼ ଦେଉଳ ଛାଡି

ପଠାକୁ,

ପକ୍ବଶାଳି ହସେ

ପ୍ରକୃତି କୋଳରେ

ସବୁରି ଉଦର ପାଇଁ 

ତୁମେ ହୁଅ ମଙ୍ଗଳମୟୀ

ମଗୁଶିରର ମାହେନ୍ଦ୍ରବେଳାରେ ।

ମାଁ 

ତୁମେ ହୁଅ ଅପରାଜିତା 

ହୁଅ ତୁମେ ଅନ୍ନଦାତ୍ରୀ 

ତୁମ ପଣତକାନୀର ନେତ ଉଡୁଥାଉ 

ଶିରୀ ହୋଇ

ଜଗତଜନ ହିତରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics