STORYMIRROR

Chaturbhuja Sahoo

Romance

4  

Chaturbhuja Sahoo

Romance

ପ୍ରୀତିଧାରା

ପ୍ରୀତିଧାରା

1 min
320


ଲେଖି ଦିଅ ସଖୀ ପ୍ରୀତି ବସନ୍ତର ସୁରିଲା ପ୍ରେମର ଗୀତ ,

କୁହୁତାନ ଭରି ପ୍ରୀତି ଚଇତାଳି ଗାଉ ପ୍ରେମର ସଙ୍ଗୀତ ।।


ଉଦାସୀ ମନେ ମୋ' ଭରିଦିଅ ସଖୀ

ପ୍ରୀତିର ଫଲ୍ଗୁଧାରା ,

ଯେଉଁଠି ଥିଲେ ବି ତମେ ମୋର ସାଥୀ

ପ୍ରୀତି ତୁମ ଅପାସୋରା ।।


ଖୋଲା ଆକାଶରେ କାଶତଣ୍ଡୀ ଧାରେ

ଶିଶିର ଟୋପାରେ ପ୍ରିୟା,

ପାଗଳ ସାଜି ମୁଁ ଆଜି ବି ଖୋଜୁଛି

ସ୍ମୃତି ଭିଜା ତନୁ ହିଆ ।।


ପାର୍ବଣ ପରଶେ ଅଶିଣର ଶେଷେ

ଖାଁ ଖାଁ ଏଇ ଚିତ୍ତ ,

ତୁମ ବିରହରେ ଆଜି ବି ଗାଉଛି

ଜୀବନର ଶେଷ ଗୀତ ।।


ମନାସ ରଖିଛି ବଇନା ଦେବାକୁ

ଗ୍ରାମ ଦେବତାଙ୍କୁ ମୋର ,

ଜୀଇଁବି ଜୀବନ ତୁମରି ସ୍ମୃତିରେ

ହଜିଯାଉ ମଗୁଶିର ।।


କଥା ଦେଇ ତମେ ନରଖିଲ ନାହିଁ

ପାରୁନି ଭୁଲି ମୋ ଛାତି, 

ଶେଷ ବସନ୍ତର ଚିଠି ମୋ ସାଇତା

ଲେଖିପାରୁ ନାହିଁ ଇତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance