ତମକୁ ଖୋଜୁଛି - ଦେହ
ତମକୁ ଖୋଜୁଛି - ଦେହ
ତୋ'ଓଠ ପିଆଲା ପିଆଇ ଦେ ପ୍ରିୟା
ତୃଷାର୍ତ୍ତ ମୁଁ ତନୁ ମନେ,
ସେ ପିଆଲା ଢୋକ ଅମୃତ ପରଶେ
ବଞ୍ଚିଯିବି ଆଉ କ୍ଷଣେ ।
ସବୁଠୁ ନିଆରା ସେ ପିଆଲା ଢୋକ
ନିଶା ଠୁ ବଳି ସେ ନିଶା,
କହିପାରୁ ନାହିଁ ମୁଁ କେଡେ ପାଗଳ
ତଥାପି ରଖିଛି ଆଶା ।
କୋଳରେ ବସାଇ ସବୁ ଭୁଲିଯାଇ
ଚୁମ୍ମୁ ଥିବି ତୋର ଓଠ ,
ଫୁଙ୍ଗୁଳା ତମ ଦେହରେ ସଜନୀ
ପଢାଇବି ପ୍ରେମ ପାଠ ।
ଛୁଆଁ ଠୁ ଆରମ୍ଭି ନିଆଁ ଠି ମିଶିବା
ହାତେ ହାତ ଛନ୍ଦି ଦେଇ,
ନାକୁ ନାକ ଗାଲ କାନ କାମୁଡାରେ
ଓଠ ରସ ଚୋଷି ନେବା ।
ଯୁଗଳବନ୍ଦୀରେ ଫୁଙ୍ଗୁଳା ଦୁଇ ଦେହେ
କମ୍ପୁଥିବ ପ୍ରେମ ଶିହରଣ ,
ପାଗଳ ଭ୍ରମର ପରଖୁ ଥିବି ମୁହିଁ
ପାଇ ଧନ ତମ ଆକର୍ଷଣ ।
ଦେହ ପରେ ତୁମ ଆଙ୍କି ଦେବି ପ୍ରିୟା
ପ୍ରେମଶିଳା ପଟ୍ଟ ଚିତ୍ର ,
ଥରଥର ହାତ ତୋଳି ନେବ ତମେ
ଅଣ୍ଡାଳି ସମ୍ଭୋଗ ଗାତ୍ର ।
ତମରି ଛୁଆଁ ରେ ଆଖି ପଲକରେ
ଏକାକାର ଯିବା ହୋଇ,
ବାହିନେବା ଡଙ୍ଗା ତଳକୁ ତଳକୁ
ଏ ଦେହ ଗୁପ୍ତାଙ୍ଗ ଫେଇ ।
ନୀରବରେ ତମେ ଭିଡ଼ି ଧରିଥିବ
ଆଉଜି ମୋ' ଛାତିପରେ,
ଆଖିରେ ଆଖିରେ କହୁଥିବ ସାଥୀ
ଇଚ୍ଛା ମୋର ଆଉ ଥରେ ।
ଅଜଣା ଭୟରେ ଆପଣା ମାୟାରେ
ସାରା ରାତି ଯିବ ପାହି,
ସକାଳ ସୁରୁଜ କାକର ଟୋପାରେ
ହସୁଥିବ ସେ ଲାଜେଇ ।
ଫିସ୍ କିନା ହସି ମୋ' ପାଖରେ ବସି
ଚାୟ କପ୍ ବାସ୍ନା ସହ,
କହୁଥିବ ତମେ ଅଳସ କଣ୍ଠରେ
ତମକୁ ଖୋଜୁଛି : ଦେହ ।
ଦୁନିଆ ନ ଜାଣୁ ତମେତ ଜାଣିଛ
ଏ ଶାଶ୍ବତ ପ୍ରେମ କଥା,
ଛାତିର ସ୍ପନ୍ଦନ ଖୋଜା ଶବ୍ଦ ମାଳା
ଲେଖିବ ପ୍ରେମ କବିତା ।
ଏଇ ପ୍ରେମ ଆମ କବିତା ପୃଷ୍ଠା ରେ
କରୁଥିବ ସହବାସ ,
ସାଦା କାଗଜର ଫୁଲେଇରାଣୀ ତୁ
ମୁଁ ତୋ'କଲମ ଦାସ ।