STORYMIRROR

Chaturbhuja Sahoo

Romance

4  

Chaturbhuja Sahoo

Romance

ମୁଁ ଭଲପାଏ

ମୁଁ ଭଲପାଏ

1 min
44


ତମେ

ଅନ୍ତତଃ ଥରୁଟେ କଲ କରି କୁହନ୍ତ ନି ବନ୍ଧୁ

ମୁଁ ତମକୁ ଘୃଣା କରେ ବୋଲି 

କି ମୋ ଜୀବନରେ ତମେ ଜଣେ ଅପରିଚିତ ମଣିଷ

କି ଆଉ କେହି ଆପଣାର

ଅଛନ୍ତି 

ମୋ' ଜୀବନେ, ମୋ'ଠୁ ଅଧିକ ନିଜର 

ନିଜକୁ ଘୃଣା ଲାଗୁଛି,

ଅଳ୍ପ ଦିନରେ ମୁଁ ତମର ଜଣେ

ଘୃଣ୍ୟ ଅତିଥି ବୋଲି 

ଆମ ଖୁସି ଆଉ ମିଠାମିଠା କଥାର ଅତିକ୍ରାନ୍ତ ବେଳା 

ଖୁବ୍ ସ୍ବଳ୍ପ ।


ତଥାପି ଅନେକ ବିଶ୍ବାସ

ଏ ଭଙ୍ଗା ମନ ପଙ୍କିଳ ହୃଦୟରେ ,

କାଳେ ତମେ, ଦ୍ବିପଦ କହିଦେବ 

ଭଲରେ ମନ୍ଦରେ

କି ଭୁଲ ଥିଲା ମୋର ?

ମୋ ନିଜଠୁ ଅଧିକ ଭଲ ପାଇବାରେ, 

ଟିକିଏ ପ୍ରୀତି ରଙ୍କୁଣାଟେ ବୋଲି,

ପ୍ରେମ ଭିକ୍ଷା ମୋର, ଯଦି ପାପ 

ମୁଁ ସ୍ବୀକାର କରୁଛି 

ପାପ ମୋର ଏକାନ୍ତ ପ୍ରାପ୍ୟ ।


ମୋର ମୁକ୍ତି ବୋଧେ ପାପରେ,

ମୋର ମୋକ୍ଷ ବୋଧେ ତମ ସ୍ପର୍ଶରେ,

ମୋର କଳେବର, 

ସ୍ଥିତି- ଅସ୍ଥିତି- ପରିସ୍ଥିତି ଭିତରେ 

କେବଳ ତମେ ହିଁ ତ ଏକାନ୍ତ ଅନୁଗାମୀ ପ୍ରେମିକା ଟିଏ ।


ମୁଁ ବଞ୍ଚିବାକୁ ଚାହେଁ

ତମ ଉକ୍ତିରେ,ଭକ୍ତିରେ ,ରାଗ -ଅନୁରାଗ ବୋଳା

ନିରୋଳା, ନିରୁତାମୟ ଆକାଙ୍କ୍ଷା ଭିତରେ,

ତମ ସମ୍ମୋହନ , ଅନୁରାଗବୋଳା, ସମ୍ବେଦନଶୀଳଭରା

ଦୋରଟି ହସରେ 

ତମ ଆକର୍ଷଣ ଆଉ ବିକର୍ଷଣର ବଳୟ ଭିତରେ 

ତମେ ନକହି ନକହି, କହି ଦେଉଥିବା

ସେଇ ଅନୁଚ୍ଚାରିତ ଶବ୍ଦର ଗୁଞ୍ଜରଣରେ,

ମୁଁ ହାରିହାରି ଜୀଇଁବାକୁ ଚାହେଁ

ତମ ଫୁଙ୍ଗୁଳା ଛାତି ତଳର ପ୍ରତିଟି ସ୍ପନ୍ଦନରେ

ଆଉ ସେଇ ଦରଜର ଅଭିମାନ , ଯନ୍ତ୍ରଣାସିକ୍ତ ମାନସିକତାରେ

କାହିଁକି ନା 

ମୁଁ ତୁମକୁ ଭଲପାଏ

ମୋ' ନିଜଠୁ ବେଶୀ , ଖୁବ୍ ଭୟଙ୍କର ଭାବରେ ।।

ଦେହ ଠୁ ଦେହାତୀତ

ସ୍ବାର୍ଥ ଠୁ ନିଃସ୍ଵାର୍ଥପର ସାଜି 

ଭିନ୍ନ ଏକ ବଳୟରେ, ସବୁ ସନ୍ଧିକୁ ଭୁଲିଯାଇ 

ସବୁ ସ୍ତରକୁ ଅତିକ୍ରମ କରି

ବାସ୍

ଟିକିଏ ସ୍ନେହର ପ୍ରତିଫଳନ ରେ

ତୁମ ସହ ଆଜୀବନ ନୁହଁ

ବରଂ ହଜାର ହଜାର ଜନ୍ମ ଆଉ ଜନ୍ମାନ୍ତର ଯାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance