STORYMIRROR

Sambit Srikumar

Romance Inspirational

3  

Sambit Srikumar

Romance Inspirational

ପ୍ରୀତି ବାନ୍ଧବୀ!

ପ୍ରୀତି ବାନ୍ଧବୀ!

1 min
126


ନୀରବ ନିଶୀଥେ ଆସ ପ୍ରିୟା ମୋହର ଆଙ୍ଗନେ

ସ୍ବାଗତ କରିବି ତୁମ୍ଭର ସୁମଧୁର ଉଷ୍ମ ଚୁମ୍ୱନେ

ଆସ ସଖି ଅବତରୀ ସରଗରୁ ବିଜନ ନିଶୀଥେ

ଖେଳିବି ମୁହିଁ ରଙ୍ଗରାସ ସରାଗେ ତୁମ୍ଭ ସାଥେ!!


ବହୁଦିନୁ ଖେଳୁଅଛ ତୁମ୍ଭେ ଲୁଚକାଳି ଦୂର ଗଗନରେ

ଆସ ପ୍ରାଣ ସହଚରୀ ନେବି ତୋଳି ବାହୁ ବନ୍ଧନରେ

ତୃଷିତ ପ୍ରାଣେ ମୋହର ଢାଳି ଦିଅ ପ୍ରୀତିର ମଦିରା

ତୁମ୍ଭ ମଧୁସ୍ପର୍ଶେ ମୋ ଜୀବନମରୁ ହୋଇବ ମଧୁଝରା!!


ପ୍ରତାରକ ପ୍ରବଞ୍ଚକ ନୁହେଁ ମୁହିଁ ତୁମ୍ଭ ସଚ୍ଚା ପ୍ରେମିକ

ତୁମ୍ଭ ପୟରେ ଲୋଟାଇବି ଦୁନିଆର ସବୁତକ ସୁଖ

ବାରେ ଭରସି ପରଖି ଦେଖ ମୋ ପ୍ରେମର ଗଭୀରତା

ଆସ୍ଫାଳନ କରୁନାହିଁ ଷୋଳ ଅଣା ସତ ମୋର କଥା!!


ତୁମ୍ଭ ପ୍ରୀତି ବିନା ପ୍ରେୟସୀ ନିଷ୍ପ୍ରାଣ ମୋ ହୃଦୟ ସ୍ପନ୍ଦନ

କେବଳ ତୁମ୍ଭକୁ ଲୋଡ଼େ ଏଇ ପ୍ରାଣ ଚିରଦିନ ଚିରନ୍ତନ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance