STORYMIRROR

Dipti Behera

Romance

3  

Dipti Behera

Romance

ମନର ଘର

ମନର ଘର

1 min
170

ଘରଟିଏ ତୋଳିଥିଲି ମନରେ ମୋର

    କୋଉଠୁ ଆସିଲା ସେ ଯାଦୁଗର

ମନକୁ ମୋହର କଲା ନିଜର

    ଅସରନ୍ତି ଖୁସି ଦେଲା ହାତରେ ମୋର

ମନରେ ଖେଳିଲା ମୋର ଖୁସିର ଜୁଆର

    ସତେ କି ଏ ଖୁସି ମୋର ରହିବ ଆମର

ନିଜଠୁ ଅଧିକ ତାକୁ ବିଶ୍ୱାସ କଲି

    ଛଳନା ରଙ୍ଗରେ ତାର ମୁଁ ଫସି ଗଲି

ଭଲପାଇବାର ମିଛ ଛଳନା ସେ କଲା

    ମନର ଘରକୁ ମୋର ଭାଙ୍ଗିଦେଇ ଗଲା

ଜାଣିନଥିଲି ମନରେ ତାର ଥିଲା 

     ମୋ ପ୍ରତି ଏତେ ଯେ ଜହର

ସେ ଜହର ପିଇବାକୁ ମୋତେ ଲାଗୁନାହିଁ ଡର

ଭଲପାଇବାର ସିନା ସେ ଅଭିନୟ କଲା

     ହେଲେ ମୋ ଭଲ ପାଇବା ଅଭିନୟ ନଥିଲା

ଆଜି ମୁଁ ପାଉଛି ଭଲ ତାକୁ କାଲିବି ପାଇବି

     ମାରିବା ଯାଏ ତାକୁ ଭୁଲି ନପାରିବି

ଏତିକି ମିନତି ମୋର ହେ ଯାଦୁଗର

     ଭାଙ୍ଗିବ ନାହିଁ ତୁମେ ଆଉ କାହା ମନର ଘର

ମନଟି ନୀରିହ ସେ ତ ଅତି କୋମଳ

     ବୁଝେ ନାହିଁ ସେ କାହା କପଟ କି ଛଳ ।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance