ମନର ଘର
ମନର ଘର
ଘରଟିଏ ତୋଳିଥିଲି ମନରେ ମୋର
କୋଉଠୁ ଆସିଲା ସେ ଯାଦୁଗର
ମନକୁ ମୋହର କଲା ନିଜର
ଅସରନ୍ତି ଖୁସି ଦେଲା ହାତରେ ମୋର
ମନରେ ଖେଳିଲା ମୋର ଖୁସିର ଜୁଆର
ସତେ କି ଏ ଖୁସି ମୋର ରହିବ ଆମର
ନିଜଠୁ ଅଧିକ ତାକୁ ବିଶ୍ୱାସ କଲି
ଛଳନା ରଙ୍ଗରେ ତାର ମୁଁ ଫସି ଗଲି
ଭଲପାଇବାର ମିଛ ଛଳନା ସେ କଲା
ମନର ଘରକୁ ମୋର ଭାଙ୍ଗିଦେଇ ଗଲା
ଜାଣିନଥିଲି ମନରେ ତାର ଥିଲା
ମୋ ପ୍ରତି ଏତେ ଯେ ଜହର
ସେ ଜହର ପିଇବାକୁ ମୋତେ ଲାଗୁନାହିଁ ଡର
ଭଲପାଇବାର ସିନା ସେ ଅଭିନୟ କଲା
ହେଲେ ମୋ ଭଲ ପାଇବା ଅଭିନୟ ନଥିଲା
ଆଜି ମୁଁ ପାଉଛି ଭଲ ତାକୁ କାଲିବି ପାଇବି
ମାରିବା ଯାଏ ତାକୁ ଭୁଲି ନପାରିବି
ଏତିକି ମିନତି ମୋର ହେ ଯାଦୁଗର
ଭାଙ୍ଗିବ ନାହିଁ ତୁମେ ଆଉ କାହା ମନର ଘର
ମନଟି ନୀରିହ ସେ ତ ଅତି କୋମଳ
ବୁଝେ ନାହିଁ ସେ କାହା କପଟ କି ଛଳ ।

