ଅଶ୍ରୁ
ଅଶ୍ରୁ
ଅଶ୍ରୁ ଧାର ଧାର ଆଖିରୁ ମୋହର
ବହିଯାଏ ଗଙ୍ଗା ପରି
ନାରୀ କି ପୁରୁଷ ଜାଣେ ନାହିଁ ସେ
ବହି ଚାଲିଥାଏ ଝରଣା ପରି
ଆଖିର ମୋତି ନୁହେଁ ସେ ଜଳ
ଗଙ୍ଗା ନୁହେଁ ସେ ହେଲେ ଭାରି ନିର୍ମଳ
ଆଖିରେ ଜନ୍ମ ତା ଆଖିରେ ବାସ
ଯାହା ପାଇଁ ଝରେ ତାର କରିଦିଏ ସର୍ବନାଶ
ପବିତ୍ର ତାର ଜଳ ରାଶି
ସବୁ ଦୁଃଖ କଷ୍ଟ ତାରି ସ୍ରୋତରେ ଯାଏ ଭାସି ।
