STORYMIRROR

Dipti Behera

Others

4  

Dipti Behera

Others

ଭୂତାଣୁ କରୋନା

ଭୂତାଣୁ କରୋନା

1 min
972

ହେ ପରଂବ୍ରହ୍ମ ପରମ ଇଶ୍ୱର

ତୁମ ପାଦ ପଦ୍ମରେ ମୋର କୋଟି ନମସ୍କାର ।


ହେ ଦୟାମୟ ପ୍ରଭୁ ଦୟାର ସାଗର

ତୁମ କରୁଣା ର ପ୍ରଭୁ ନାହିଁ ପଟାନ୍ତର ।


ନୀଳାଚଳ ବାସୀ ତୁମେ କାଳିଆ ଠାକୁର

ଏହି ମହାମାରୀ କରୋନା ରୁ ପ୍ରଭୁ ତୁମେ ରକ୍ଷା କର ।


ଏହି ଅଜଣା ଭୂତାଣୁ ଗ୍ରାସ କରିଛି ସଂସାର

ମା ଠାରୁ ପୁଅକୁ ପୁଣି କରିଦିଏ ଦୂର ।


ଶାଗୁଣା ପରି ମେଲି ବସିଛି ତାର ଦୁଇ ପର

    ଏହା ଯୋଗୁ ଉଜୁଡି ଗଲାଣି

କେତେ ଯେ ସଂସାର ଆଉ କେତେ ପରିବାର ।


ଜଗତର କର୍ତ୍ତା ପ୍ରଭୁ ତମେ ନିରାକାର

କେତେ ଚେଷ୍ଟା କରିଲେଣି ଏହି ଡାକ୍ତର ।


କରୋନା ସହ ନୀତି ଯୁଦ୍ଧ ସେ କରନ୍ତି

ଅନ୍ୟକୁ ବଞ୍ଚାଇ ନିଜ ଜୀବନ ଦିଅନ୍ତି ।


ଏହି ଭୂତାଣୁ କୁ ପ୍ରଭୁ କର ହେ ବିନାଶ

ଏତିକି ମାଗୁଣି ମୋର ପ୍ରଭୁ ମୁହିଁ ଅଧମ ମାନସ ।


Rate this content
Log in