Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti Behera

Others

4  

Dipti Behera

Others

ରେଳ ଗାଡି ଓ ଭାବନା

ରେଳ ଗାଡି ଓ ଭାବନା

1 min
411


ରେଳ ଷ୍ଟେସନରେ ବସି ବସି ଆଜି

     ଭାବୁଛି ମୁଁ କାହା କଥା

ଜାଣେନା କାହିଁକି ମନକୁ ମୋର

      ଦେଉଅଛି ଏତେ ବ୍ୟଥା ।

ରେଳ ଗାଡି ସିନା ଗଡି ଗଡି ଯାଏ

      ମୋ ଆଗରେ ଧାଡ଼ି ଧାଡି

ସତେକି ଜୀବନେ ମାଡି ମାଡି ଆସେ

      ସେହି ଅନ୍ଧକାର ରୂପି କୁହୁଡି ।

ରେଳର ତ ଯେତେ ଡବା ଗଣୁଥିଲି ବସି

      ହେଲେ ଗଣି ମୁଁ ପାରିଲି ନାହିଁ

ମନ ଭିତରେ ମୋର ଅନେକ ବେଦନା

       ଜାଣିକି ପାରିବ କେହି !

ଯାହାକୁ କହିଲି ବୁଝିଲା ନାହିଁ ସେ 

       ହସରେ ଦେଲେ ଉଡେଇ

କାହାକୁ କହିବି କେମିତି କହିବି

       ଭାବୁଥିଲି ବସି ବସି ।

ସେହି ସମୟରେ ଅଜଣା ହାତଟେ 

       ଦେଲା ମୋ ମଥା ଆଉଁସି

କିଛି କ୍ଷଣ ପାଇଁ ଲାଗିଲା ମୋତେ

     ସରଗ ମୋ ହାତେ ପଡିଛି ଖସି ।

ସେହି ସମୟରେ ରେଳ ଗାଡ଼ିର ଶବ୍ଦ

      ଭାଙ୍ଗିଲା ମୋ ଭାବନା ଆସି

ଚମକି ପଡି ମୁଁ ଉଠିଲି ଚେଇଁ

      ଜାଣିଲି ଭାବନା ଏ ସତ ନୁହଁଇ ।


Rate this content
Log in