ପରିବର୍ତ୍ତନ
ପରିବର୍ତ୍ତନ
ଜାଣିଥିଲି ଋତୁ ପରିବର୍ତ୍ତନ ହୁଏ
ହେଲେ ମଣିଷ ପରିବର୍ତ୍ତନ ହୋଇଯାଏ ଜାଣିନଥିଲି
ଜାଣିଥିଲି ଜୀବନରେ ବହୁତ କଷ୍ଟ ଆସିବ
ହେଲେ ସେଇ କଷ୍ଟ ମୋର ଅତି ନିଜର ଲୋକଟି ଦବ ଭାବି ନଥିଲି
ଜାଣିଥିଲି ସମସ୍ତେ ମୋତେ ଭୁଲି ଯିବେ
ହେଲେ ତୁ ମୋତେ ଭୁଲିଯିବୁ ଏଇଟା କେବେ ଭାବି ନଥିଲି
ଜାଣିଥିଲି ଆୟୁଷ ପୁରିଗଲେ ସମସ୍ତେ ମରିଯାନ୍ତି
ହେଲେ ଜୀଇଁ ଥାଉଥାଉ ଏମିତି ମାରିଦବୁ ଜାଣି ନଥିଲି ।
