STORYMIRROR

Dipti Behera

Romance

3  

Dipti Behera

Romance

ପ୍ରିୟା

ପ୍ରିୟା

1 min
141

ଭସା ବାଦଲ ତୁ ଭାସି ଭାସି ଯିବୁ 

   ମୋ ପ୍ରିୟା ର ଘର ଦେଇ 

ଦେଖିବୁ ମୋ ପ୍ରିୟା ଯାଇଥିବ ଯଦି

    ବିରହ ନିଦରେ ଶୋଇ

ଘଡଘଡି ଆଉ ବିଜୁଳି ଆଲୋକେ 

    ତା ନିଦ ଭାଙ୍ଗିବୁ ନାହିଁ

ଦେଖୁଥିବ କାଳେ ପ୍ରିୟା ମୋ ସପନ

    ଅଧାରୁ ଉଠିବ ଚେଇଁ

ଅଗଣାରେ ଯଦି ଦେଖିବୁ ପ୍ରିୟା କୁ

   ବରଷିବୁ ଅହରହ

ଅଭିମାନେ ଯଦି ପ୍ରିୟା ମୋ କହେ 

    ଏ କି କଲୁ ଆରେ କହ

ବୁଝେଇ କହିବୁ ପ୍ରିୟା କୁ ମୋହର

    ଏ ବରଷା ନୁହେଁ ସେ ପଠେଇଛି ତା 

            ଆଖିର ଲୁହ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance