ମା
ମା
1 min
147
ମା ଏକ ସ୍ନେହ ଭରା ସାଗରର ସିନ୍ଧୁ
ଯାହା କୋଳେ ବୋହୁଥାଏ ମମତାର ବିନ୍ଦୁ ।
ମନର କୋହକୁ ଛାତିରେ ସେ ଚାପି
ବୁକୁର ଅମୃତ ବାଣ୍ଟୁଥାଏ ନୀତି ।
ପଡ଼ିଗଲେ ଯିଏ କୋଳକୁ ନିଏ
ପଣତ କାନିରେ ତାର ଧୂଳି ଝାଡ଼ିଦିଏ ।
ନିଦ ନଆସିଲେ ସେ ଗପ କହୁଥାଏ
ନିଜେ ନ ଶୋଇ ସେ ଆମକୁ ସୁଆଏ ।
ପିଲାର ତ ଯେତେ ଅଳି ଅରଦଳି
ହସି ହସି ପରା ସେ ସହିଯାଏ ।
ପୃଥିବୀ ସମ ପରା ମା ହୋଇଥାଏ
ସବୁ ଦୁଃଖ କଷ୍ଟ ଭାର ନିଜେ ସାହୁଥାଏ ।
କହେନାହିଁ କାହାକୁ ସେ ତାର ଦୁଃଖର ବେଦନା
ସବୁବେଳେ ହସୁଥାଏ କିଛି ଅଭିଯୋଗ ବିନା ।
