STORYMIRROR

Kalpana Mishra

Abstract

3  

Kalpana Mishra

Abstract

ବର୍ଷା ମୁଁ

ବର୍ଷା ମୁଁ

1 min
196

ବର୍ଷା ମୁଁ.......

ଆସିଛି ଏ ଧରାକୁ

ଭିଜିବାକୁ, ଭିଜାଇବାକୁ

ଗଭୀର ଆଶ୍ଳେଷରେ

ଜଡ଼ାଇ ନେବାକୁ

ମୋ ବାହୁ ବନ୍ଧନରେ !!!

କିନ୍ତୁ, ମୌସୁମୀ

ତୁମ ବିନା ନୁହେଁ ତ ସମ୍ଭବ

ତୁମ ବିନା ମୁଁ ତ ଅପୂର୍ଣ୍ଣ!!!

କେମିତି ଭରିବି

ଧରା ର ହୃଦୟ

ଶାନ୍ତ କରି ତା'ର ତନୁମନ ?

କାହୁଁ ଦେବି ଆଶ୍ୱାସନା

ନିଦାଘର ତାତି ସହିବାକୁ??

ମୁଁ ତ ତପ୍ତ

ତୁମ ବିନା ।

ଆସୁନ କାହିଁକି ଯେ?

ତୁମ ବିନା ବର୍ଷା ନାହିଁ

ନିଦାଘର ରାଜ୍ ଏଠି

ତୃଷିତ, ବ୍ୟଥିତ ଧରଣୀ ।

ଆମେ ପରା ଅଙ୍ଗୀକାରବଦ୍ଧ

ଭୂ ରୁ ଭୁମା ଯାଏ

ପୃଥିବୀରୁ ଅନ୍ତରୀକ୍ଷ ଯାଏ

ଫେଡ଼ିବାକୁ ସବୁରି କଷ୍ଟକୁ

ଇପ୍ସାର ବଳୟ ଭିତରୁ

ନାଶିବାକୁ ଅତୃପ୍ତିର

ସୀମାହୀନ ତୃଷ୍ଣା ।

ଆସ ଏବେ, 

ମୋ ଦେହପରେ

ଦୁହେଁ ମିଶି ଗଢ଼ିଦେବା

ସବୁଜ ପୃଥିବୀ

କାହିଁକି ନା!

ସହିବାକୁ ଧୈର୍ଯ୍ୟ ଆଉ

ଋଷିବାକୁ ଜମ୍ମା ବେଳ ନାହିଁ ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract