Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Mishra

Others

4  

Kalpana Mishra

Others

ବାହୁଡ଼ା ଯାତ୍ରା

ବାହୁଡ଼ା ଯାତ୍ରା

1 min
291



ରଥ ତ ଝୁରୁଛି ପଥ ବି ଝୁରୁଛି

  ଝୁରୁଛି ବି ଶ୍ରୀମନ୍ଦିର,

ନବ ଦିନ ପ୍ରଭୁ ତୁମ ଅଦର୍ଶନେ

  ଭକତ ଆଜି ଆତୁର ।


ଲକ୍ଷ୍ମୀ ଠାକୁରାଣୀ ରୋଷ ବହିଛନ୍ତି

  ଭାଙ୍ଗିଛନ୍ତି ରଥ ତୁମ,

ଫେରି ଚାଲ ପ୍ରଭୁ ଶ୍ରୀମନ୍ଦିରେ ଏବେ

  ହୁଅ ନାହିଁ ନିରିମମ ।


ଭାଇ ଭଉଣୀଙ୍କୁ ସାଙ୍ଗରେ ଆଣିଲ

  ପତ୍ନୀ କଲା କିବା ଦୋଷ,

ରଥରେ କି ତାଙ୍କୁ ସ୍ଥାନ ଅଣ୍ଟିଲାନି

  କୁହ ଆହେ ହୃଷିକେଶ ।


ଶହେ ଆଠ ଗଡୁ ଜଳରେ ସ୍ନାହାନ

  କରି ହେଲ ଜ୍ଜ୍ୱରଗ୍ରସ୍ତ,

ଅଣସର ଘରେ କାଟିଲ ଦିବସ 

  ଭକ୍ତ ହେଲେ ଭୀତତ୍ରସ୍ତ ।


ତ୍ରିମୂର୍ତ୍ତି ପ୍ରତୀକ ତ୍ରିଗୁଣର ତୁମେ

  ସତ୍ତ୍ୱ ସହ ରଜ ତମ,

ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର ରୂପୀ

  ସୁଭଦ୍ରିକା ବଳରାମ ।


ଆଡ଼ପ ମଣ୍ଡପେ ଆଡ଼ପ ଅଭଡ଼ା 

  ପାଇଁ ସଜ କଲ ରଥ,

ମାଉସୀ ଘରକୁ ଆସିଲ ତଡତି

  ପତ୍ନୀ ବିନା ଜଗନ୍ନାଥ।


ବାହୁଡା଼ ବିଜୟ କର ମହାପ୍ରଭୁ

  ରଥ, ପଥ ସୁସଜ୍ଜିତ,

ମାଉସୀ ହାତରୁ ପୋଡ଼ପିଠା ଖାଇ

  ବିଜେ କର ନିଜ ରଥ ।


ସାଥେ ନିଅ ପ୍ରଭୁ ଉଡ୍ର ରସଗୋଲା

  ପାଟପତନିର ଭେଟି,

ପ୍ରାଣପ୍ରିୟା ଚିତ୍ତ କରିବାକୁ ତୋଷ

  ଆହେ ପ୍ରଭୁ ଲକ୍ଷ୍ମୀପତି ।


ଚାହିଁଛନ୍ତି ଲକ୍ଷ୍ମୀ ଚାହାଣୀ ମଣ୍ଡପେ

  ରୋଷଭରା ମନ ନେଇ,

ସାଜିଲେଣି ଅଶ୍ୱ ସାରଥୀ ରଥରେ

  ଭକ୍ତ ରହିଛନ୍ତି ଚାହିଁ ।


ଗୁଣ୍ଡିଚା ମାଆର ଆଖିରେ ଝଲସେ

  ବିଦାୟ ବେଳାର ଲୁହ,

ଅପେକ୍ଷା କରିବ ପୁଣି ସେ ବରଷେ

  କେମିତି ସହିବ କୁହ ।

   


ସ୍ୱର୍ଗରୁ ଦେବତା, ପାତାଳୁ ଦାନବ

  ଚାହିଁଛନ୍ତି ଯକ୍ଷ ରକ୍ଷ,

ବାହୁଡା଼ ବିଜୟ କର ଆଦିମୂଳ

  ଭକ୍ତ ପାଉ ସର୍ବମୋକ୍ଷ ।



Rate this content
Log in