STORYMIRROR

Kalpana Mishra

Abstract

3  

Kalpana Mishra

Abstract

ନୀଳ ତୃଷ୍ଣା

ନୀଳ ତୃଷ୍ଣା

1 min
195


"କାମନାର ବିନାଶରେ ଦୁଃଖର ବିନାଶ '

ଜାଣି ମଧ୍ୟ ଏ ମଣିଷ

ଜହର ପିଉଛି

କାମନାର ଜହର!

ବାସନାର ଜହର!

ଲୋଭର ଜହର!

ମୋହର ଜହର !

ସବୁଦିନ, ସବୁବେଳେ

ନିର୍ବିବାଦରେ,ନିସଙ୍କୋଚରେ ।


ଇପ୍ସା ର ପରିଧି ଭିତରେ

ଇପ୍ସିତ କୁ ଖୋଜୁ ଖୋଜୁ

କ୍ଳାନ୍ତ ଯେବେ ହୋଇପଡ଼େ,

ଅଧା ମୁଦା ଆଖି ତଳେ

ସ୍ବପ୍ନର ଲହରୀ ସବୁ

କୂଳ ଖାଉଥାଏ,

ସେ କିନ୍ତୁ ଖୋଜିବସେ

ଜହର ପିଆଲା

ସ୍ବପ୍ନକୁ ବଞ୍ଚାଇବାକୁ,

ତୃଷ୍ଣା କୁ ମେଣ୍ଟାଇବାକୁ

ଅପ୍ରାପ୍ତିର ସାଗର ଭିତରେ ।


କିନ୍ତୁ!

ସାଗର କି ତୃଷ୍ଣା କୁ ମେଣ୍ଟାଏ ?

ବଦଳରେ ଭରିଦିଏ

ନୀଳ ତୃଷ୍ଣା ର ପାହାଡ଼,

ସୁନେଲି ସ୍ବପ୍ନର ମିଠା ନଈ ଧାର

ନିମିଷକେ ଲବଣାକ୍ତ ହୋଇ

ତୃଷ୍ଣା କୁ ବଢାଏ ।


ଅପହଞ୍ଚ ଇଲାକା ରେ ପାଦ ଥାପି

ମୋକ୍ଷ କୁ ଅନାଇ,

ପୁଣିଥରେ ଖସିଯାଏ ପାଦ

ନୀଳ ତୃଷ୍ଣା କୁ ଆପଣେଇ ନେଇ

ସ୍ୱପ୍ନ ଦେଖେ !

ନୂଆ ଦୁନିଆ ର,ନୂଆ ଜୀବନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract