STORYMIRROR

RAJANIKANT CHOUDHURY

Abstract

4  

RAJANIKANT CHOUDHURY

Abstract

ପ୍ରାଣପକ୍ଷୀ

ପ୍ରାଣପକ୍ଷୀ

1 min
389

ଘୋର ଅରଣ୍ୟରେ ଫସି ଯାଇଛି

      ପାଉନି ଚଲା ପଥକୁ,

ଅଭିଶପ୍ତ ଏ ଜୀବନ ମୋର

      ଆଶା ଅଛି ପାଇବାକୁ ।।

ମାୟା ସାଗର ରେ ବୁଡ଼ିଚି ମୁହିଁ

    ପାଉନି ଥଳ କୂଳକୁ,

ଆଶା ନିରାଶାରେ କଟିଯାଏ ଦିନ

    ନିଜ କଥା ଭାବିବାକୁ।।

ବୃଥା ଆଶାରେ ବଞ୍ଚିଛି ମୁହିଁ

   ଅନେକ କାମନା ରଖି,

କେହି ନୁହେଁ ଏଠି କାହାର ଭାଇ

   ଉଡ଼ିଯିବ ପ୍ରାଣ ପକ୍ଷୀ ।।

ମାଡ଼ି ଆସୁଅଛି ଘୋର ଅନ୍ଧକାର

   ଅନେକ ବିପଦ ନେଇ,

ଆସିଛେ ଏକା ଜିବାବି ଏକା

   ନଥିବେ ସାଥେ କେହି ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract