STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

**ଶୁନ୍ୟ ମନ୍ଦିର**

**ଶୁନ୍ୟ ମନ୍ଦିର**

1 min
36

ସମୟ ଚକ୍ର ଯେ ବଦଳି ଯାଇଛି 
ଦୁଃଖର ପାହାଡ କରି,,
ସମ୍ପର୍କ ଡୋର ଯେ ଭଟ୍ଟା ପଡିଛି 
ଆପଣାକୁ ପର କରି,।।
କେତେ ଦିନ ଏଇ ମଣିଷ ଜୀବନ 
ହିସାବ ନିକାସ ନାହିଁ,,
ଧନ କଣ ପାଇଁ ରଖୁଛି ଏ ଜନ 
ବିବେକ ବିଚାର ନାହିଁ,।।
ହିଂସା ବାଦ ଆଜି ବଢ଼ିତ ଯାଇଛି 
ବନ୍ଧୁ ହୋଇଛି ବଇରୀ,,
ଯୌଥ ଘର ଆଜି ଭାଙ୍ଗିତ ଯାଇଛି 
ଭଙ୍ଗା ଡଙ୍ଗାରେ ନାଉରୀ,।।
ଶାସ୍ତ୍ର ପୁରାଣ ଯେ ହଜିତ ଗଲାଣି 
ନାହିଁ ଆଉ କିଛି ଏଠି,,
ମନ୍ଦିର ସବୁ ଆଜି ଶୂନ୍ୟ ପଡ଼ିଛି 
ଠାକୁର ନାହାନ୍ତି ସେଠି,।।
ଦିଅ ହେ ଠାକୁର ଆଶିଷ ତୁମର 
ଇଚ୍ଛା ନାହିଁ ବଞ୍ଚିବାକୁ,,
କଣ ବା ମାଗିବି ସବୁତ ତୁମର 
ଜାଗା ନାହିଁ ରହିବାକୁ,।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy