STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

(ପାପୀ) ରଜନୀକାନ୍ତ ଚୌଧୁରୀ

(ପାପୀ) ରଜନୀକାନ୍ତ ଚୌଧୁରୀ

1 min
14

ଦିଅ ହେ ଆଶିଷ ସାଇନାଥ ତୁମେ 
ସଙ୍କଟ କର ଦୂର,,
ଅଯଥାରେ ଆଜି ଚକ୍ରବ୍ୟୁହ ରଚି 
ପାପରୁ ପାରିକର,।।
ଦୁଃଖରେ ଆଜି ଯେ ଦିନ ମୁଁ କାଟୁଚି 
ତୁମ ପୟରକୁ ଚାହିଁ,,
ସୁଖର ନଦୀରେ ଜୁଆର ଆସିଛି 
ବୁଡ଼ି ଯାଉଛି ଯେ ମୁହିଁ,।।
ଆଖିରୁ ମୋର ଲୁହ ଯାଇଛି ସୁଖୀ 
ତୁମ ନାମ ଜପି ଜପି,,
କୁକର୍ମର ଆଜି ଫଳ ମୁଁ ପାଇଛି 
ସବୁଠୁ ବଡ ମୁଁ ପାପୀ,।।
ପୁତ୍ର ଅର୍ଦ୍ଧାଙ୍ଗିନୀ ପାଉଛନ୍ତି କଷ୍ଟ 
ଅନ୍ୟାୟ ଅନିଷ୍ଟ ପାଇଁ,,
କେତେଦିନ ପ୍ରଭୁ ପାଇବି ଯନ୍ତ୍ରଣା 
ବଞ୍ଚିବାକୁ ଇଚ୍ଛା ନାହିଁ,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy