STORYMIRROR

CHINMAYEE PRADHAN

Abstract Romance Tragedy

4  

CHINMAYEE PRADHAN

Abstract Romance Tragedy

ଶାଶୁଘର ଯିବ ଝିଅ

ଶାଶୁଘର ଯିବ ଝିଅ

1 min
349


ଶାଶୁଘର ଯିବ ଝିଅ

ତାକୁ ସଜବାଜ କରିଦିଅ।

ଅଳତା ଲଗାଇ ସିନ୍ଦୁର ପିନ୍ଧାଇ 

ଓଢ଼ଣୀ ପକାଇ ଦିଅ। 


ନଇଁ ନଇଁ ନଇଁ ଚାଲୁଛି ପରା ସେ 

ହାତ ଧରି ତାର ନିଅ। 

ମଟରଗାଡିଟା ସଜ ହେଇଅଛି 

ସେଥିରେ ବସାଇ ଦିଅ।


ଧୀରେ ଧୀରେ କରି ଚଳାଇବୁ ଗାଡି

ଝିଅକୁ ମାଡିବ ଡର,

ରାସ୍ତାଘାଟରେ ତ ଗାଡିମଟରର

ଅସମ୍ଭାଳ ଅଟେ ଭିଡ।


ବାପା ବୋଉ ଭାଇ ସହି ସଙ୍ଗାତଠୁ

ନେଉଛି ବିଦାୟ ଆଜି,

କାଲି ଥିଲା ଖୋଲା ଆକାଶର ପକ୍ଷୀ

ହେବ ପଞ୍ଜୁରୀରେ ବନ୍ଦୀ।


ବାପାବୋଉଙ୍କର ଅଲିଅଳି ଝିଅ

ଗେଲବସର ସେ ଭାରି,

ଶାଶୁଘରେ ପୁଣି କେମିତି ରହିବ

ସବୁ କାମଦାମ କରି।


ପାଠ ସେ ପଢିଛି ଲେଖିବା ଜାଣିଛି

ହାତରେ କଲମ ଧରି,

କେମିତି କରିବ ରୋଷେଇବାସ ସେ

ଶାଶୁଘରେ ଚଟୁ ଧରି।


କୁଆଁରପୁନେଇ, ରଜଦୋଳି କେତେ

ଖେଳୁଥିଲା ଗୀତ ଗାଇ,

ସାଙ୍ଗସାଥି ମେଳେ ହୋଲି ପୁଣି ଖେଳେ

ଦେହେ ରଙ୍ଗ ବୋଳି ହେଇ।


ରାକ୍ଷୀପୁନେଇଁରେ ଭାଇ ହାତେ ତାର

ରାକ୍ଷୀ ଗୋଟେ ବାନ୍ଧିଦେଇ,

କେତେ ସରାଗରେ ହାତ ପାତୁଥିଲା

ପାଉଣା ପାଇବା ପାଇଁ।


ସେନେହ ସରାଗ ସେ ଭଲପାଇବା 

କେମିତି ବା ମୂରୁଛିବ, 

ଯେତେ ଭଲ ହେଉ ଶାଶୁଘର ପଛେ

ଦିନରାତି ଝୁରୁଥିବ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract