STORYMIRROR

CHINMAYEE PRADHAN

Inspirational Thriller

4  

CHINMAYEE PRADHAN

Inspirational Thriller

ଆମେ କ'ଣ ସ୍ବାଧୀନ....?

ଆମେ କ'ଣ ସ୍ବାଧୀନ....?

1 min
31


ଉଣେଇଶ ଶତଚାଳିଶ ସାଲେ

  ହେଇଥିଲା ଆମ ଦେଶ ସ୍ବାଧିନ,

ଉଡ଼ାଇଥିଲୁ ତ୍ରିରଙ୍ଗା ପତାକା 

  ନାଚି ଉଠିଥିଲା ସବୁରି ମନ।


ଦୂର କରି ହିଂସା ବରି ଅହିଂସା

  ସତ୍ୟପଥେ ରହି କଲେ ସ୍ବାଧୀନ,

ଜାତିର ପିତା ସେ ମହାତ୍ମା ଗାନ୍ଧୀ

  ଦେଖିଥିଲେ ରାମରାଜ୍ୟର ସ୍ବପ୍ନ।


ବିଦେଶୀ ଶାସକ ଗଲେ ଯେ ଦେଶୁ

   ଗଣତନ୍ତ୍ର ହେଲା ପ୍ରତିଷ୍ଠା ଦେଶେ,

ମୁକ୍ତିର ସ୍ବାଦ ଚାଖିଲେ ସରବେ 

 ଭାରତ ଦେଶ ମୋ ଖୁସିରେ ହସେ।


ଅଠସ୍ତରୀ ବର୍ଷ ଗଲାଣି ବିତି

  କେତେ ଯେ କଷଣ ସହିଛି ଛାତି,

ଆଜି ବି ଲାଗେ ପରାଧିନତାର

   ପାହିନି ସେ ଅମାଅନ୍ଧାର ରାତି।


ଲାଞ୍ଚ ମିଛ ବଢ଼େ ଦିନକୁ ଦିନ 

 ସବୁ ଏଠି ପ୍ରିୟାପ୍ରୀତି ତୋଷଣେ ,

ଚୋରି ଡକାୟତି ରାହାଜାନୀରେ

 ରାବଣ ଶାସନ ଗାଡ଼ିକୁ ଟାଣେ।


ଘରୁ ବାହାର ଗାଆଁରୁ ସହର 

  ସୁରକ୍ଷିତ ନୁହେଁ କେଉଁଠି ନାରୀ,

ମୂର୍ଖ ହେଉ କି ଶିକ୍ଷିତା ହେଉ ସେ

  ସବୁଠି ଦେଖେ ତା'ର ବଇରି।


ସମୟ ସ୍ରୋତରେ ଅନ୍ୟାୟ ଗର୍ଭେ

  ନ୍ୟାୟର ମୂର୍ତ୍ତିଟା ଯାଇଛି ଲୁଚି,

କାନୁନ୍ ଆଖିରେ ଅନ୍ଧପୁଟୁଳି 

  ନ୍ୟାୟ ତରାଜୁକୁ ପାରୁନି ଦେଖି।


କ୍ଷମତା ନାଁରେ ଚାଲେ ସ୍ବେଚ୍ଛାଚାର

  ରକ୍ଷକ ସାଜିଛି ଭକ୍ଷକ ଏଠି ,

ଦୁର୍ନୀତି ବିରୋଧେ ସ୍ବର ଉଠିଲେ 

  ରାବଣ ଆଦେଶେ ଚାଲଇ ଲାଠି।


ଆପେ ଚାଲିଆସେ ପ୍ରଶ୍ନ ମନକୁ 

  ସତରେ କି କ'ଣ ଆମେ ସ୍ବାଧୀନ ,

ଛାତିକୁ ବାଡ଼େଇ ଗର୍ବ ଦେଖାଇ 

  କହି ପାରୁନାହିଁ ଏଇ ମୋ ମନ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational