Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Inspirational

4  

Madhusmita Prusty

Inspirational

ଆମେ କରୁଅଛୁ ଆମ ଶାସନ

ଆମେ କରୁଅଛୁ ଆମ ଶାସନ

1 min
231



ଆମପାଶେ ଅଛି ବନ୍ଧୁକ, କମାଣ

ବାରୁଦ ତୋପର ଗୁଳି,

ଆମେ କରୁଅଛୁ ଆମର ଶାସନ

ଅହିଂସାର ରଙ୍ଗ ବୋଳି |


ସତ୍ୟପଥ ଆମେ ବାଛି ନେଇଅଛୁ

ଦେଶର ସୁରକ୍ଷା ପାଇଁ,

ଶତ୍ରୁ ପାଖେ କେବେ ନଇଁବନି ମଥା

ଶପଥ ଆମର ଏହି |


ଶାନ୍ତି, ମୈତ୍ରୀ, ପ୍ରୀତି ଶୀରା ପ୍ରଶିରାରେ

ରକ୍ତ ହୋଇ ଯାଏ ବହି,

ଅମାନବିକତା ଜାତକରେ ନାହିଁ

ବୀରତା ଗାରିମା ଏହି |


ମାଟିମାଆ ପାଣି ପବନରେ ଯୋଡ଼ା

ସ୍ୱଳ୍ପ ଆୟୁଷ ଆମର,

ମାଆ ପାଇଁ ପ୍ରାଣ ନ୍ୟୋଚ୍ଛାବର ଆମ

ମନରେ ନରଖୁ ଡର |


ଶେଷ ପ୍ରାଣବିନ୍ଦୁ ଥିବାଯାଏ ସିନା

ଲଢ଼ି ହେବୁ କର୍ମବୀର,

ତୋପର ଗୁଳିକୁ ଛାତିରେ ସହିବୁ

ମାନିବୁନି କେବେ ହାର |


Rate this content
Log in

Similar oriya poem from Inspirational