STORYMIRROR

Madhusmita Prusty

Tragedy

3  

Madhusmita Prusty

Tragedy

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

1 min
183

ଦେଶ ମାତୃକାର ଚିର ସେବକ

ପ୍ରଗତି ପଥର ବୀର ଶ୍ରମିକ,

ଗଢିଛ ସୁଉଚ ପ୍ରାସାଦ ଘର

ଶ୍ରମ ଦାନକରି ରହି ତତ୍ପର,

ପତ୍ନୀ,ପିଲାଛୁଆ ମୋହକୁ ଛାଡ଼ି

କିଏ କେତେଦୂରୁ ଅଛ ବାହୁଡ଼ି,

ଡରି ନଯାଇଛ ବିପଦେ ପଡି

ଧର୍ଯ୍ୟ ଓ ସାହସ ମନରେ ଭରି,

ଧସିଲା ସୁଡ଼ଙ୍ଗ ଫସିଲ ତହିଁ

ଫେରିବାର ପଥ ପାଇଲ ନାହିଁ,

ବିପଦେ ଡାକିଲ ରଖ ଶ୍ରୀହରି

ସତର ଦିନର ସଂଘର୍ଷ କରି,

ମନରେ ଭରିଲ ବିଶ୍ୱାସ ଅସ୍ଥା

ସାହାହେଲେ ପ୍ରଭୁ ଭାଗ୍ୟ ବିଧାତା,

ଅଦମ୍ୟ ଶ୍ରମରେ ଶ୍ରମିକ ଭାଇ

ଉଧାରିଲେ ନିଜ ଶ୍ରମକୁ ଦେଇ,

ସୁସ୍ଥ ଥିଲ ସର୍ବେ ସୁଡ଼ଙ୍ଗ ତଳେ

କୋଟି ଜନତାଙ୍କ ଅସ୍ଥାର ବଳେ,

ଉଧାରିଲେ ପ୍ରଭୁ ଜଗତପତି

ବିପତ୍ତି କାଳରେ ରଖିଲେ ଗତି,

ମରଣ ସହିତ ସଂଗ୍ରାମ କରି

ଜୀବନ ଫେରିଲା ପାହାଡ଼ ଚିରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy