Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy

4  

Madhusmita Prusty

Tragedy

ନିରାଶା

ନିରାଶା

1 min
310


ଭଗ୍ନସ୍ତୁପ ଆଜି ଜୀବନ ମୋହର

ଜରାଜୀର୍ଣ୍ଣ ଯାର କାୟା,

ଇର୍ଷା ଗ୍ରାସିଦେଲା ପ୍ରିୟ ପରିଜନେ 

ରହିଲାନି ମନେ ଦୟା ।


ଜୀବନ ଯେଉଁଠି ଅଙ୍କୁରିତ ହେଲା

ସେଇଠୁ ମିଳିଲା ବିଷ,

ହାଡ଼,ମାଂସ ଶୋଷି ଏପରି ଖାଇଲା

ରହିଲାନି ଅବଶେଷ ।


ଦୁହିତା ହୋଇବି କାହାର ଅହିତ

ଚାହିଁନାହିଁ କେବେ ମୁହିଁ,

ତଥାପି କାହିଁକି ବଇରୀ ସାଜିଲି

କୁହନ୍ତିନି ମୋତେ କେହି ।


ଏ ଜୀବନ ସତେ କେତେ କଲବଲ

କହିବି କାଆଗେ କୁହ,

ସଭିଏଁ ଭାବିବେ ଛଳନା ଏହାକୁ

ଆଉ ଯାଚିଦେବେ ଲୁହ ।


ଆଞ୍ଜୁଳାଏ ସ୍ୱପ୍ନ ପୁରଣ ହୁଏନା

ଦେଖିବାକୁ ରାତି କାହିଁ,

ଭାଗ୍ୟ ଯାଚିଦିଏ ଅମାପ ଯନ୍ତ୍ରଣା

ଦୁଃଖର ଯେ ଅନ୍ତ ନାହିଁ ।


ଆଶା ବାରିସୀରେ ସପନ ସଜାଇ

ସାଇତି ଥିଲି ଯତନେ,

କଷ୍ଟ ବ୍ୟତିରେକ ମିଳିଲାନି କିଛି

ନିରାଶା ଖାଲି ଜୀବନେ ।



Rate this content
Log in

Similar oriya poem from Tragedy