Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Inspirational

3.5  

Madhusmita Prusty

Inspirational

ସେବା

ସେବା

1 min
167


ନଶ୍ୱର ଶରୀର ନୁଁହେତ ନିଜର

କି ଉପମା ତାରେ ଦେବା,

କର୍ମମୟ ଏଇ ଜୀବନ ପଥରେ

ସର୍ବୋତ୍କୃଷ୍ଟ ଅଟେ ସେବା |


ଭୋକିଲାକୁ ଦାନା,ନିରାଶ୍ରୟେ ଆଶ୍ରା 

ଶୋଷିଲାକୁ ଜଳଦାନ,

ନିରୀହକୁ ଟିକେ ସେବା ଯୋଗାଇଲେ

ଖୁସି ହେବେ ଭଗବାନ |


ନିଜପାଇଁ ନୁହେଁ ଆନପାଇଁ ଆମ

ଜୀବନ ହେଉ ଉତ୍ସର୍ଗ,

ମାନବ ସେବାହିଁ ମାଧବର ସେବା

ଏହା ସତ୍ୟ ଅନୁଭବ |


ଵିନ୍ଦୁରୁ ବିସର୍ଗ ସକଳ ଦେହରେ

ଈଶ୍ୱରଙ୍କ ଅଟେ ବାସ,

ମାନବ ଜୀବନ ଅଟଇ ମହାନ

ମୋକ୍ଷ ପ୍ରାପ୍ତିର ଉଦେଶ୍ୟ |


ମାନବ ସେବାଠୁ ମହାନତା ନାହିଁ

କରୁଥିଲେ ତୁମେ ଜାଣ,

ପ୍ରଭୁ ପାଦତଳେ ସ୍ଥାନଟି ମିଳିବ

ସାହାହେବେ ନାରାୟଣ |



Rate this content
Log in

Similar oriya poem from Inspirational