Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy

3  

Madhusmita Prusty

Tragedy

ମୋ କାହାଣୀ

ମୋ କାହାଣୀ

1 min
229



ନୁହେଁ ମୁଁ ରାଜାଟେ ନୁହେଁ ଅବା ରାଣୀ

ପ୍ରକୃତିର ଅଟେ ଋଣୀ 

ଜୀବନ ବୃତ୍ତାନ୍ତ କି ଲେଖିବି ମୋର

ବର୍ଣ୍ଣିଲେ ହେବ କାହାଣୀ |


ଜୀବନ ନାଟକେ ପରିଚୟ ଖୋଜେ

ଯାହାକି ଯାଇଛି ହଜି 

ପଥହରା ହୋଇ ଏଣେତେଣେ ବୁଲେ

ବଞ୍ଚିବାର ରାହା ଖୋଜି |


ସବୁ ହରାଇଲି କିଛି ନପାଇଲି

ଦୁଃଖକୁ ସାଉଁଟି ନେଲି 

ରୋଗ ଯନ୍ତ୍ରଣାକୁ ଶରୀରେ ବୋହିଲି

ଥକିଗଲି ଚାଲିଚାଲି |


ତଥାପି ଜୀଇଁଛି କ୍ଷଣିକ ଆଶାରେ

ଆଖିଲୁହ ଓଠେ ପିଇ 

ଵିଧି ଲିଖନ କି ବଦଳାଇ ଦେବି

ଧୈର୍ଯ୍ୟ ପରିସୀମା ଡେଇଁ |


ସତେ କେତେ ଅସହାୟ ଏ ମଣିଷ

ସଂଘର୍ଷର ପାଖେ ପୁଣି 

ଲେଖିଦେଲି ଯାହା ମିଛ ନୁହେଁ ଏହା

ଇଏ ଅଟେ ମୋ କାହାଣୀ |



Rate this content
Log in

Similar oriya poem from Tragedy