ଜୱାଦ
ଜୱାଦ
ଆସୁଛି ଜୱାଦ ଭୟଙ୍କର ହୋଇ
ଉଡାଇ ବୁଡାଇ ଦେବ ।
କେତେ ଛିନ୍ନଭିନ୍ନ କରିବ କେଜାଣି
କେତେ ଜନ ପ୍ରାଣ ନେବ ।।
ପ୍ରକୃତି ରାଣୀ ଯେ ହୋଇଛି ଅଶାନ୍ତ
ଥରହର ତାର ଦେହ ।
ଭୟଙ୍କର ଋପ ନେଇଛି ଧରଣୀ
ଛିଣ୍ଡାଇ ପ୍ରାଣୀଙ୍କ ମୋହ ।।
ଅସହ୍ୟ ହୁଏ ଯେ ମାନବ ର କଷ୍ଟ
ଆଉ ସହି ପାରୁ ନାହିଁ ।
ଯାଣି ଶୁଣି ସବୁ ମାନବ କରୁଛି
କିଛି ବୁଝି ପାରୁ ନାହିଁ ।।
ସମୁଦ୍ରକୁ ଫେକେ କ୍ଷେପଣାସ୍ତ୍ର ସବୁ
ପରିକ୍ଷା ନିରୀକ୍ଷା ପାଇଁ ।
ନିଜ ସୁରକ୍ଷିତ ଚିନ୍ତା କରି ପୁଣି
ପ୍ରାଣୀଙ୍କ ମଙ୍ଗଳ ପାଇଁ ।।
ଆମ ସୁରକ୍ଷା ର ସଦୁପଯୋଗ ରେ
ଭୌତିକ ଜଗତ ନଷ୍ଟ ।
ଜ୍ଞାନରେ ବିଜ୍ଞାନ ସର୍ବଶ୍ରେଷ୍ଠ ଆଜି
ସ୍ୱାଭାବିକ ନଷ୍ଟ ଭ୍ରଷ୍ଟ ।।
ଜୱାଦ ଋପରେ ବିପଦ ଆସୁଛି
ସମୁଦ୍ରରୁ ଆବିର୍ଭାବ ।
ଭୟରେ ମାନବ ପ୍ରକୃତି ରାଣୀର
କୋପ କରେ ଅନୁଭବ ।।
ଶାନ୍ତ ହୁଅ ମାଆ ତୁମେ ଆଦି ଶକ୍ତି
କ୍ଷମା କରି ଥରେ ଦେଖ ।
ଜୀବନ ରାସ୍ତାରେ ଛଟପଟ ପ୍ରାଣ
ଘଣ୍ଟ ଘୋଡାଇ କି ରଖ ।।
ଜନ୍ମର ଜିଜ୍ଞାସା ତୁଟି ନାହିଁ ମୋହ
କ୍ଷମା କରି ମାନ ରଖ ।
ପୁରି ଉଠୁ ତୋର କୋଳ ଲୋ ଜନନୀ
ଅପୂର୍ବ ଦୃଶ୍ୟକୁ ଦେଖ ।।
