Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Inspirational

4.5  

Henarani Senapati

Inspirational

ପଖାଳ ଦିବସ

ପଖାଳ ଦିବସ

1 min
440


ଆମେ ଓଡିଆ ଆମ ପରମ୍ପରା ଭାରି ବଢିଆ


 ଫଗୁଣ ଚାଲିଲା   ଚୈତ୍ରମାସ ହେଲା    

     ପ୍ରକୃତି ରାଣୀ ତାତିଲା । 

ଗରମରେ ଖାଦ୍ୟ     ଭଲ ନ ଲାଗିଲା     

      ପଖାଳ ମନ ଟାଣିଲା ।। 

ଚଷାଭାଇ ମୋର     ନାଲି ଚାଉଳରେ   

      ପଖାଳ ଦିବସ ପାଳେ । 

ନାଲି ପଖାଳ କୁ       ବଡି ଆଳୁ ଭର୍ତ୍ତା  

     ଖୁସିରେ ଖାଆନ୍ତି ମେଳେ ।।

 ଟାଉନୁରୁ ଆମେ      ଘରମୁହାଁ ହେଉ     

      ଖାଇବୁ ବୋଲି ପଖାଳ । 

ଗାଆଁ ଶାଗଭଜା      ଆଳୁପୋଡା ପୁଣି    

     ଟମାଟୋ ପୋଡାର ମାଳ ।। 

ଶାଗଭଜା ପୁଣି     ଚୁନା ମାଛ ଭଜା      

       ଆହୁରି ଆମ୍ବୁଲ ଦଳା । 

କଞ୍ଚା ରସୁଣକୁ      କୋକୁଳି ଶୁକୁଆ      

      କଞ୍ଚା ଲଙ୍କା ହୁଏ ଦଳା ।।

 ମାଆ ବାଢିଦିଏ        ମାଟି ହାଣ୍ଡି ଭାତ     

       ବାସ୍ନା ହୁଏ ମହ ମହ । 

କାଇଁ ସେ ପଖାଳ       ଖୋଜୁଛି ଆଜି ମୁଁ    

      ମାଟି ହାଣ୍ଡି ଭାତ ମୋହ ।। 

ସହରୀ ପଖାଳ       ଲୋକ ଦେଖାଣିଆ      

      ନଥାଏ ଭାରତ ବାସ୍ନା । 

ଗରମ ଭାତରେ       ଥଣ୍ଡା ପାଣି ଭରି      

      ଦହି ଲେମ୍ବୁ ହୁଏ ବାସ୍ନା ।। 

ଆଜି ଠାରୁ ପରା       ପଖାଳ ଦିବସ      

       ବିଶ୍ୱ କରୁଛି ପାଳନ ।

 ଆମ ଓଡିଆଙ୍କ        ସବୁ ଦିନ ପରା      

      ପଖାଳ ହୁଏ ଭୋଜନ ।। 

ଶ୍ରୀ ଜଗନ୍ନାଥଙ୍କ        ଘିଅ ପଖାଳ ତ   

        ଲାଗେ ବହୁତ ନିଆରା । 

ଦହି ପଖାଳ ର       ଟଙ୍କତୋରାଣି ରେ     

       ମନ ଶାନ୍ତି ହୁଏ ପରା ।। 

ବଡ ଠାକୁରଙ୍କ        ପଖାଳ ମହିମା    

       କିଏ ବଖାଣି ପାରନ୍ତି ।

 ଛପନ ଭୋଗରୁ       ଅଧିକ ଆଗ୍ରହେ     

        ଗ୍ରହଣ ପ୍ରଭୁ କରନ୍ତି ।।

 ଆମେ ଓଡିଆ ତ      ଭାରି ବଢିଆ ହେ      

        ସବୁ ପରମ୍ପରା ପାଳୁ ।

 ବାର ମାସେ ତେର        ପର୍ବ ପ୍ରଚଳିତ      

        ଭକ୍ତିରେ ତାହାକୁ ପାଳୁ ।।



Rate this content
Log in

Similar oriya poem from Inspirational