Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Action Classics Others

4.5  

Henarani Senapati

Action Classics Others

ଅପା ତୁମେ

ଅପା ତୁମେ

1 min
304


ପ୍ରତିଛବି ତୁମ ବିରଳ ତେଜସ୍ଵୀ

ଋପ କୃଷ୍ଣ କାଦମ୍ବିନୀ

ହର୍ଷବର୍ଦ୍ଧିନୀ ଗୋ ହସୁଥାଅ ନିତ୍ୟ

ହସେ ଝରେ ମୁକ୍ତା ମଣି ।


ମଣିଷତ୍ବ ପ୍ରିୟ ସୁ ମଣିଷ ତୁମେ

ସର୍ବେ କର ଆପଣାର

ଦେଶବାସୀଙ୍କର ଆଖିର ଆଲୁଅ

ଦୁଃଖ ଦେଖନି କାହାର ।


ମିଠା ମିଠା କଥା ପରସି ସଭିଙ୍କୁ

ସ୍ନେହ ଶ୍ରଦ୍ଧା ଦିଅ ଢାଳି

ଦୁଃଖୀ ଦରିଦ୍ର ଙ୍କ ଦୁଃଖ ଦୂର କର

ସମସ୍ତେ ମାରନ୍ତି ତାଳି ।


ଅଭାବରେ ଭାବ ଭରି ପାଅ ସୁଖ

ସୁଖମୟ ପରିବେଶ

କିପରି ଆପଣା ସଭିଙ୍କୁ କରିଲ

ତୁମ ପାଇଁ ପୂର୍ଣ୍ଣ ଦେଶ ।


ଅନ୍ଧକାର ଆଜି ହଟାଇ ଦେଇଛ

ଜନ ମନେ ହେଲ ପ୍ରିୟ

ସଭିଙ୍କ ଖୁସିର କାରଣ ବନିଛ

ପୂଣ୍ୟ କାର୍ଯ୍ୟ କର୍ତା ହୁଅ ।


ଘର ପରିବାର ସମ୍ପୁର୍ଣ୍ଣ ନିଆରା

ଦିଅନ୍ତି ସାଥ ତୁମର

ତୁମ ଖୁସିରେ ଯେ ପରିବାର ଖୁସି

ଦେଶ ମା ଖୁସି ତୁମର ।


ଦେଶ ଭକ୍ତି ପୁର୍ଣ୍ଣ ଆଦ୍ୟାନ୍ତେ ଥିଲ ଯେ

କିଶୋରୀ ବୟସୁ ତୁମେ

ଅନ୍ୟାୟ ବିରୋଧେ ସ୍ବର ଉତ୍ତୋଳନ

କରୁଥିଲ ଧୁମ୍ ଧାମେ ।


ସତ୍ୟ ର ଆଦର୍ଶ ଦେଖାଅ ସଭିଙ୍କୁ

କୋଟି ଜନ ମନ ଟାଣି

ଉଠ ଉପରକୁ ଆହୁରି ବହୁତ

ଆଶୀର୍ବାଦ ନିଅ ଟାଣି ।


Rate this content
Log in

Similar oriya poem from Action