STORYMIRROR

Satyanarayan Sahoo

Abstract Action

3  

Satyanarayan Sahoo

Abstract Action

ସିଦ୍ଧି ଦ।ତ୍ରୀ

ସିଦ୍ଧି ଦ।ତ୍ରୀ

1 min
120


ମନୋ ନମଃ ମାତ ନମୋ ସିଦ୍ଧି ଦ।ତ୍ରୀ

ବନ୍ଦଇ ତୋର ପାଦେ

ସୃଷ୍ଟି କର୍ତ୍ରୀ ତୁହି ଲୋ ଆଦି ଶକତି

ପୂଜା ପାଉ ମରତେ ।

ନବ ରାତ୍ରୀ ପର୍ବ ଦଶହରା ବେଳେ

ଶେଷ ରାତ୍ରୀ କାଳ ର

ଆର୍ବି ଭାବ ହେଉ ଧରା ଆଗମନ

ହୁଏ ମାଆ ଲୋ ତୋର ।

ପୂଜା ପାଠ କେତେ କେତେ ଆୟୋଜନ

 ହୋଇଥାଏ ତୋ ପାଇଁ

ଭକତ ବିଶ୍ୱାସେ ନାନା ପ୍ରକାର ରେ

ଫଳ ସିଦ୍ଧି ତୁ ଦେଇ ।

ଭକ୍ତ ର ଅନନ୍ୟ ବିଶେଷତ୍ଵ କେତେ

ପରକାଶୁ ଲୋ ମାଆ

ଷୋଡ଼ଶ ଉପଚାର ରେ କରାଯାଏ

ତୋହର ଦିବ୍ୟ ପୂଜା ।

ଅଣୀମା , ଲଘିମା, ପ୍ର।କର୍ମ୍ୟ, ମହିମା

ଆଦି ଯେ ଅଷ୍ଟ ସିଦ୍ଧି

ସକଳ ପ୍ରକାର ସିଦ୍ଧି ର ତୁ ମୂଳ

ଅଟୁ ଲୋ ଅଧିଷ୍ଠାତ୍ରୀ ।

ଚାରି ହ।ତିଆଣି ତୁହି ଲୋ ଜନନୀ ,

ମାଆ ସିଂହବାହିନୀ

କମଳ କୁସୁମ ଉପରେ ବସିଣ

ତୁ ପଙ୍କଜ ବାସିନୀ ।

ଶଙ୍ଖ ଚକ୍ର ଗଦା ପଦୁଅଁ ଶୋଭିତ।

ନମୋ ମା ' ସିଦ୍ଧି ଦ।ତ୍ରୀ

ମହା ଯୋଗେଶ୍ୱରୀ ମହା ବିଦ୍ୟା ଗୌରୀ

ଘେନ ମୋର ଭକତି ।


Rate this content
Log in

Similar oriya poem from Abstract