Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Classics Inspirational Others

4.0  

Henarani Senapati

Classics Inspirational Others

ପଖାଳ ଦିବସ

ପଖାଳ ଦିବସ

1 min
231



ଫଗୁଣ ଚାଲିଲା   ଚୈତ୍ରମାସ ହେଲା    

     ପ୍ରକୃତି ରାଣୀ ତାତିଲା । 

ଗରମରେ ଖାଦ୍ୟ   ଭଲ ନ ଲାଗିଲା     

      ପଖାଳ ମନ ଟାଣିଲା ।


  ଚଷାଭାଇ ମୋର  ନାଲି ଚାଉଳରେ   

        ପଖାଳ ଦିବସ ପାଳେ । 

ନାଲି ପଖାଳ କୁ    ବଡି ଆଳୁ ଭର୍ତ୍ତା    

       ଖୁସିରେ ଖାଆନ୍ତି ମେଳେ ।


ଟାଉନୁରୁ ଆମେ    ଘରମୁହାଁ ହେଉ    

       ଖାଇବୁ ବୋଲି ପଖାଳ । 

ଗାଆଁ ଶାଗଭଜା    ଆଳୁପୋଡା ପୁଣି    

      ଟମାଟୋ ପୋଡାର ମାଳ ।


ଶାଗଭଜା ପୁଣି    ଚୁନା ମାଛ ଭଜା      

      ଆହୁରି ଆମ୍ବୁଲ ଦଳା ।

 କଞ୍ଚା ରଶୁଣ କୁ    କୋକୁଳି ଶୁକୁଆ     

      କଞ୍ଚା ଲଙ୍କା ହୁଏ ଦଳା ।


ମାଆ ବାଢିଦିଏ     ମାଟି ହାଣ୍ଡି ଭାତ      

        ବାସ୍ନା ହୁଏ ମହ ମହ ।

 କାଇଁ ସେ ପଖାଳ    ଖୋଜୁଛି ଆଜି ମୁଁ    

        ମାଟି ହାଣ୍ଡି ଭାତ ମୋହ ।


ସହରୀ ପଖାଳ    ଲୋକ ଦେଖାଣିଆ      

      ନଥାଏ ଭାରତ ବାସ୍ନା ।

 ଗରମ ଭାତରେ     ଥଣ୍ଡା ପାଣି ଭରି     

       ଦହି ଲେମ୍ବୁ ହୁଏ ବାସ୍ନା ।


 ଆଜି ଠାରୁ ପରା    ପଖାଳ ଦିବସ      

       ବିଶ୍ୱ କରୁଛି ପାଳନ ।

 ଆମ ଓଡିଆଙ୍କ     ସବୁ ଦିନ ପରା     

        ପଖାଳ ହୁଏ ଭୋଜନ ।


 ଶ୍ରୀ ଜଗନ୍ନାଥଙ୍କ     ଘିଅ ପଖାଳ ତ     

       ଲାଗେ ବହୁତ ନିଆରା ।

 ଦହି ପଖାଳ ର    ଟଙ୍କତୋରାଣି ରେ     

       ମନ ଶାନ୍ତି ହୁଏ ପରା ।


ବଡ ଠାକୁରଙ୍କ     ପଖାଳ ମହିମା     

        କିଏ ବଖାଣି ପାରନ୍ତି ।

  ଛପନ ଭୋଗ ରୁ     ଅଧିକ ଆଗ୍ରହେ     

          ଗ୍ରହଣ ପ୍ରଭୁ କରନ୍ତି ।


 ଆମେ ଓଡିଆ ତ     ଭାରି ବଢିଆ ହେ      

          ସବୁ ପରମ୍ପରା ପାଳୁ ।

   ବାର ମାସେ ତେର      ପର୍ବ ପ୍ରଚଳିତ       

          ଭକ୍ତିରେ ତାହାକୁ ପାଳୁ ।



Rate this content
Log in

Similar oriya poem from Classics