STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ଶୀତ ମୋ ମିତ

ଶୀତ ମୋ ମିତ

1 min
188


ଶୀତ ରେ ଶୀତ ବସିବା ମିତ

ସାଥୀ ହୋଇ ଆମେ ଗାଇବା ଗୀତ

ଉଷୁମ ପାଇଁ ରେ ଲଗାଇ ଧୂନୀ,

ଚଣା ମୁଢ଼ି ଆମେ ଖାଇବା କିଣି

ଏ ଦିନେ ଯଦି ରେ ମିଳେ ପକୁଡ଼ି

କିଏ ପାରିଛି ରେ ତାହାକୁ ଛାଡ଼ି.

ଗରମ ଝିଲାପି ଏକୁ ଆରେକ,

ବରା ଘୁଗୁନି ରେ ଢ଼ାଳି ନମକ.

ରାଗ ଥିଲେ ସାଙ୍ଗ ତୋ ପାଇଁ ବାଗ,

କଞ୍ଚା ପିଆଜରେ ଛାଡ଼ିବ ରୋଗ.

ସକାଳ ସଞ୍ଜ ରେ ଗରମ ଚାହା,

ଦୁହିଁଙ୍କ ମଉଜ କେତେ ଯେ ଆହା...

ଗାଧୁଆ ବେଳରେ ଗରମ ପାଣି,

ଗରମ ଗରମ ଖାଦ୍ୟ ଖାଇବା ପୁଣି.

ଏ ଦିନରେ ଯେତେ ପରବ ମାନ,

ଘିଅ ଛଣା ପିଠା ଗୁଆଘୃତେ ରନ୍ଧନ.

କରିବା ମଉଜ ଗରମ ଖାଇ,

ରାତି ରେ ଯିବୁ ତୁ ଘର ଥିବି ମୁଁ ଶୋଇ.

ମାଆଙ୍କର କୋଳ କେଡ଼େ ଉଷୁମ,

ମାଆ ପାଖେ ଥିଲେ ଭୟ ନ ଥାଏ ମନ.

ଶୀତ ରେ ମିତ ତୁ ମୋ କଥା ମାନି

ମୋ ମାଆ ପାଖକୁ କେବେ ନ ଯିବୁ ଜାଣି.

ମୋ ମାଆ ସତେ ତୋତେ ବେଶୀ ଡ଼ରଇ,

ମୋତେ କେତେ କହେ ସିଏ ବୁଝାଇ.

ଦେହରେ ରଖ ରେ କମଳ ଜାମା,

ମୁଁ କିଣି ଆଣିବି ଧନ ଅଛି ରେ ସିନା,

ଗରିବ ମିତ ମୋ ଡ଼ରଇ ତୋତେ,

ତା ହିତ ନୁହେଁ କି ଆମରି ହିତେ,

ମୋ ପାଖେ ପଇସା ଅଛି ପାଇବା ସୁଖ,

ଗରୀବ ବିଚରା ପାଇବ ଦୁଃଖ.

ସଭିଙ୍କର ମାଆ ଗୋଟିଏ ମଣି,

ଶୀତ ମିତ ତୋ ପାଖରେ କରେ ଦୟିନୀ,

ନ ଦେବୁ ଗଞ୍ଜଣା ନିନ୍ଦା ନ ପାଆ,

ସୁଖେ ଦୁଃଖେ ଋତୁ ମଧ୍ୟେ ଖେଳିକି ଯାଆ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics