STORYMIRROR

Dr. Pratap Kumar Swain

Classics

4  

Dr. Pratap Kumar Swain

Classics

ସମ୍ପର୍କ (ତୃତୀୟ ଭାଗ)

ସମ୍ପର୍କ (ତୃତୀୟ ଭାଗ)

1 min
319


ଏମିତି ହୁଅନ୍ତା

ରାତିପାହିଲା ବେଳକୁ

ସମସ୍ତେ ଭୁଲନ୍ତେ ଦେବା ଓ ନେବାର ଗଣିତ।

ଏମିତି ହୁଅନ୍ତା

ନଦୀ ପରି ସବୁରି ହୃଦୟେ

ସଂପର୍କ ର ଛନ୍ଦ ତୋଳି

ଆଗକୁ ଚାଲିଯାନ୍ତି

ବକ୍ଷରେ ଧରିଥିବା ଆତ୍ମୀୟଙ୍କୁ ନେଇ।

ଏମିତି ହୁଅନ୍ତା

ସବୁରି ମନରୁ ସ୍ବାର୍ଥ ର ପରଦାଟି

ଉଡିଯାନ୍ତା ଦୂର ଦିଗବଳୟ ଡେଇଁ।

ଏମିତି ହୁଅନ୍ତା

କାହାର ଖୁସିରେ ଖୁସି ହୋଇ

ମନଟାକୁ ଫେଣ୍ଟି ଦେବାକୁ ପଡନ୍ତା

ଠିକ କ୍ଷୀର ଓ ନୀର କୁ

ଫେଣ୍ଟୁଥିବା ଗୋପାଳଭାଇ ପରି।

ଏମିତି ହୁଅନ୍ତା

କାହାର ଦୁଃଖରେ ଛିଡାହୋଇ

ସମବେଦନାର ହାତଟେ ବଢାଇ ଦିଅନ୍ତି

ଠିକ୍ ଡହ ଡହ ଖରାରେ

ଶୀତଳ ପବନ ସଂଚାରୁଥିବା ବୃକ୍ଷ ଭଳି।

ଏମିତି ହୁଅନ୍ତା

ସକାଳର ଅମୃତ ବେଳାରେ

ପ୍ରତିଟି ହୃଦୟ ନିମିଷେ ଠିଆ ହୋଇ

ପ୍ରକୃତିକୁ ଉପଭୋଗ କରନ୍ତା

ଠିକ୍ ଶୀତ ସକାଳରେ ସୂର୍ଯ୍ୟ ଙ୍କ ଆଭାକୁ

ଆପଣାର କଲାଭଳି।

ଏମିତି ହୁଅନ୍ତା

ନାରୀ ଟି ବିଚରନ୍ତା ଅହର୍ନିଶ

ଠିକ ପକ୍ଷୀ ମାନଙ୍କ ପରି

ବାଣ୍ଟି ଯାଉଥାନ୍ତା ସ୍ନେହ ପ୍ରେମ କରୁଣାର ବାରି

କିନ୍ତୁ ହାଏ ଏମିତି ଘଟିବା ଆଗରୁ

ମଣିଷ ଅହରହ ଆହରଣ କରି ଚାଲିଛି

ହିଂସା ଘୃଣା କ୍ରୋଧର ଧାରୁଆ ଅସ୍ତ୍ର।

ମନ ଇଛା କାଟି ଚାଲୁଛି

ସଂପର୍କ ର ସୂତାଖିଅ

ନିଜେ ମଧ୍ଯ ଅଜାଣତରେ କଟିଯାଉଛି

ଠିକ୍ ନିଶିଥ ପ୍ରହରରେ

ରେଳ ଇଞ୍ଜିନ୍ ରେ କଟୁଥିବା ଶ୍ବାନ ପରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics