STORYMIRROR

Dr. Pratap Kumar Swain

Inspirational

3  

Dr. Pratap Kumar Swain

Inspirational

ମୋ ଦେଶ

ମୋ ଦେଶ

2 mins
151


ଯେଉଁ ଦେଶର ପାଣି ପବନ ସବୁରି ଦେହ ମନକୁ ଛୁଏଁ

ଜାତି ଧର୍ମ ର ଭେଦ ନରଖି ସବୁରି କାନେ କାନେ ସେ କୁହେ।

ଉତ୍ତର ଦିଗରେ ହିମାଳୟ ଯେ ଜାଗ୍ରତ ଅଛି ସବୁଦିନ

ପ୍ରତି ପ୍ରାଣରେ ସାହସ ଭରେ ଦେହକୁ କରେ ସେ ବଜ୍ର ସମ।

ହିମାଳୟ ରୁ ଝରିଆସି ଗଙ୍ଗା ସବୁକୁ ସ୍ନେହରେ ବାନ୍ଧେ।

ଭାରତ ମାତାର ପାଦ ଧୌତ କରି ରାଗିଣୀ ଗାଏ ଆନନ୍ଦେ।

ଅନେକ ଜାତି ଓ ଧର୍ମ ର ଲୋକେ ରହିଛନ୍ତି ଯେ ଭାଇପରି

ବିଶ୍ବ କୁ ଭାବି କୁଟୁମ୍ବ ସମ ମୋ ଦେଶ କର୍ତ୍ତବ୍ୟ ଯାଏ କରି।

ଚରଣ ତଳେ ମଥାକୁ ନତ କରେ ଯେ ମହାସିନ୍ଧୁ

ସେ ଦେଶ ଭାବେ ପ୍ରତି ରାଷ୍ଟ୍ରକୁ ତାର ଘନିଷ୍ଠ ବନ୍ଧୁ।

ଦେଶରୁ ହଟିଗଲା ବ୍ରିଟିଶ ଶାସନ ନପାଇ ଥଳକୂଳ

କପଟ କରିଣ ଭାରତ ବର୍ଷକୁ କରିଦେଲା ଦୁଇଫାଳ।

ହିନ୍ଦୁସ୍ଥାନ ଓ ପାକିସ୍ତାନ ସେହିଦିନୁ ଗଲେ ଅଲଗା ହୋଇ

ସେହି ଦିନରୁ ଭାରତର ସୁଖ ଦେଖି ପାରୁନାହିଁ ସେହି ।

ପ୍ରତିଦିନ ସିଏ ଆତଙ୍କୀଙ୍କ ଦ୍ବାରା କରୁଅଛି ଆକ୍ରମଣ

କାଶ୍ମୀର ପାଇଁ ଅକାଳରେ ପୁଣି ଗଲାଣି କେତେ ଯେ ଜୀବନ ।

ଏବେ ଆସ ପୁଣି ଗଢିବା ଆମେରେ ନୂତନ ଭାରତ ବର୍ଷ

ଶୋଷଣ କଷଣ ନିର୍ଯ୍ଯାତନାକୁ କରିବା ମୂଳରୁ ଶେଷ।

ବର୍ତ୍ତମାନ ଆଉ ଶୁଭୁନି ମୋ ଦେଶରେ ସାଂପ୍ରଦାୟିକ ସ୍ବର

ଅଯୋଧ୍ୟା ସମସ୍ଯା ସମାଧାନ ପୁଣି କରିଲା ଖୁସି ସଞ୍ଚାର ।

କାଶ୍ମୀର ଉପରେ ଉଡୁଛି ଦେଖ ହେ ଆମର ତ୍ରିରଙ୍ଗା ଆଜି

ସନ୍ତ୍ରାସବାଦୀଙ୍କର ଯୋଜନା ସବୁ ଯେ ନିମିଷକେ ଗଲା ଭାଜି।

ହଟିବ ଦାରିଦ୍ର୍ଯ ଦୁଃଖ କଷଣ ହେ ଦେଶ ହେବ ବିକଶିତ

ଅଖଣ୍ଡ ଭାରତ ନିଶ୍ଚେ ଗଢାହେବ ସପନ ହୋଇବ ସତ।

ତଥାପି ମୋ ଦେଶରେ ନାରୀ ନିର୍ଯ୍ଯାତନା ବଢୁଛି ଦିନୁ ଦିନ

ବିଶ୍ବାସ ଅଛି ନାରୀ ଜାତି ହେବ ପୁରୁଷ ପରି ସ୍ବାଧୀନ ।

ଶିକ୍ଷା ସ୍ୱାସ୍ଥ୍ୟ ନ୍ଯାୟ ମାଗଣା ରେ ମିଳୁ ସଶକ୍ତ ହେବ ଦେଶ

ଗ୍ରାମ ଅର୍ଥନୀତି ବିକଶିତ ହେଲେ ହସିବ ଭାରତ ବର୍ଷ ।

ଗାଁ ରେ ରହିଛି ଭାରତର ଆତ୍ମା ଗ୍ରାମ ହେଉ ଆଗୁସାର

ପରିବେଶ ଆଉ ପ୍ରଦୂଷିତ ନୋହୁ ହସୁ ସୁନାର ଫସଲ।

ବେକାରୀ ସମସ୍ୟା ଦୂର ହେଉ ଦେଶୁ ଯୁବକ ହେବେ ସଶକ୍ତ ।

ସ୍ବାଧୀନତାର ଅମୃତ ମହୋତ୍ସବ ପାଳିବା ହେବ ସାର୍ଥକ

ସଶକ୍ତ ଭାରତ ଗଢିବା ପାଇଁକି ଆସରେ ନେବା ଶପଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational