STORYMIRROR

Dr. Pratap Kumar Swain

Others

4  

Dr. Pratap Kumar Swain

Others

ଚାନ୍ଦିପୁର

ଚାନ୍ଦିପୁର

1 min
10

ଚାନ୍ଦିପୁର
ଡ଼. ପ୍ରତାପ କୁମାର ସ୍ବାଇଁ
 ସମୁଦ୍ର ଖେଳଇ ଯହିଁ ଲୁଚକାଳି ଖେଳ
ଆଖି ଆଗରୁ ସେ ଧିରେ ହୁଅଇ ଅନ୍ତର। ଲୋକେ କୁହନ୍ତି ଯାହାକୁ ଭଟ୍ଟା
ପୁଣି ସେ ଫେରିଆସେ ଠିକ୍ ସ୍କୁଲ ଫେରନ୍ତା ପିଲା ଟିଏ ପରି
 ବେଳାଭୂମି ପରେ ଆଣେ ସୁଉଚ୍ଚ ଜୁଆର। ଏହି ଜୁଆର ଭଟ୍ଟା ର ଖେଳକୁ ଉପଭୋଗ କରୁଥାନ୍ତି ଅଜସ୍ର ଜନତା
 ଠିକ୍ ସମୁଦ୍ର ର ପଛେ ଧାଇଁ ପୁଣି ତା ସହ ଫେରନ୍ତି ବେଳାଭୂମି ପରେ ଖୋଜି ଖୋଜି ନିଜ ପଦଚିହ୍ନ
 କିନ୍ତୁ ସେ ସବୁକୁ କ୍ଷଣିକେ ଲିଭାଇ ସମୁଦ୍ର ଖେଳୁଥାଏ ଭଳି ଭଳି ଢେଉତୋଳି ଲୁଚକାଳି ଖେଳ।
ମଣିଷ ପାରେନି ଢେଉ ଭଳି ଉପରକୁ ଉଠି କିନ୍ତୁ ପକ୍ଷୀ ଟିଏ ଢେଉ କୁ ଅକ୍ତିଆର କରେ
ତା ବକ୍ଷରୁ ଲମ୍ଫ ମାରେ ଆକାଶ ବକ୍ଷକୁ। ଚାନ୍ଦିପୁର ବେଳାଭୂମି ବକ୍ଷେ ମୃଦୁ ମନ୍ଦ ସ୍ଵରେ ଗୁଣୁଗୁଣାଏ ସମୁଦ୍ର
 ତା ସହ ତାଳ ଦେଇ ବାଦ୍ୟ ତୋଳେ ଦୂର ଝାଉଁ ବଣ
ସଞ୍ଜବେଳ ମନକୁ ହଜାଇ ଦିଏ ସେହି ସଙ୍ଗୀତ ର ତାଳେ।
ବେଳାଭୂମି ପରେ ସ୍ନେହ ଆଦରରେ ଭଳି ଭଳି ଖାଦ୍ୟ ଓ ପାନୀୟ
ପରଷନ୍ତି କିଛି କିଛି ଅଚିହ୍ନା ମଣିଷ
 କିନ୍ତୁ ଭାରି ଆପଣାର ଲାଗେ ତାଙ୍କ ହାତର ପରଶା।
ସେଇଥି ପାଇଁ ତ ପେଟ ଯାଏ ଭରି
 ଲାଗେ ମୋତେ ଚାନ୍ଦିପୁର ଆପଣାର ଭାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍