STORYMIRROR

Dr. Pratap Kumar Swain

Classics

4  

Dr. Pratap Kumar Swain

Classics

ମୋ ଦେଶ ବିକଶିତ ହେବ

ମୋ ଦେଶ ବିକଶିତ ହେବ

2 mins
4

ମୋ ଦେଶ ବିକଶିତ ହେବ
 ଡ଼.ପ୍ରତାପ କୁମାର ସ୍ବାଇଁ
 ମୋ ଦେଶ ଭାରତ ଆକୁମାରୀ ହିମାଳୟ ପର୍ଯ୍ୟନ୍ତ ବିସ୍ତୃତ 
 ସ୍ବାଧୀନତା ପରଠାରୁ ଅହରହ ଚେଷ୍ଟିତ
 ହେବ ସେ ବିକଶିତ।
ମୋ ଦେଶ ବିକଶିତ ହେବ
ଯେଉଁଦିନ ହାତଗୁଞ୍ଜା ବନ୍ଦ ହେଇଯିବ।
ମୋ ଦେଶ ବିକଶିତ ହେବ
 ଯେଉଁଦିନ ଚାଷୀ ମୁହଁ ରେ ହସ ଫୁଟିବ। ମୋ ଦେଶ ବିକଶିତ ହେବ
 ଯେଉଁ ଦିନ ପାଠପଢ଼ା ଚାକିରୀ ରେ ସ୍ଥାନ ସଂରକ୍ଷଣ ହଟିବ।
ମୋ ଦେଶ ବିକଶିତ ହେବ
 ଯେଉଁଦିନ ଶିକ୍ଷା ର ଘରୋଇକରଣ ବନ୍ଦ ହେବ।
ଟିଉସନ୍ ଓ କୋଚିଂ ପରି ରାହୁ କେତୁଙ୍କ ର ମୂଳୋତ୍ପାଟନ ହେବ।
 ମୋ ଦେଶ ବିକଶିତ ହେବ
 ଯେଉଁ ଦିନ ଶିକ୍ଷକ ଟିଏ ପ୍ରକୃତ ସ୍ବାଧୀନ ହେବ।
ମୋ ଦେଶ ବିକଶିତ ହେବ
 ଯେଉଁ ଦିନ ଶିକ୍ଷକ ଶିକ୍ଷାର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିବ।
 ମୋ ଦେଶ ବିକଶିତ ହେବ
ଯେଉଁ ଦିନ ଶିକ୍ଷକ ମାନଙ୍କ ମଧ୍ୟରେ ଶ୍ରେଣୀ ବିଭାଗ ବନ୍ଦ ହେବ।
ମୋ ଦେଶ ବିକଶିତ ହେବ
ଯେଉଁ ଦିନ ଡାକ୍ତର ଟିଏ କ୍ଲିନିକ୍ ରେ ରୋଗୀ ନ ଦେଖି ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବ।
 ମୋ ଦେଶକୁ ଲୁଟୁଥିବା କର୍ପୋରେଟ୍ ହସ୍ପିଟାଲ ହଟିବ।
ମୋ ଦେଶ ବିକଶିତ ହେବ
 ଯେଉଁଦିନ ମୋ ଦେଶ ଓକିଲ ଦୋଷୀ ପାଇଁ ନ ଲଢିବ।
ମୋ ଦେଶ ବିକଶିତ ହେବ ଯେଉଁ ଦିନ ଦେଶର ଶିଳ୍ପ ଦେଶର ଶିକ୍ଷିତ ଯୁବପିଢ଼ିଙ୍କୁ ଶହେ ପ୍ରତିଶତ ଚାକିରୀ ଦେବ।
 ମୋ ଦେଶ ବିକଶିତ ହେବ
ଯେବେ ରିୟଲ ଇଷ୍ଟେଟ ବନ୍ଦ ହେବ।
ମୋ ଦେଶ ବିକଶିତ ହେବ ଯେବେ ସପିଙ୍ଗ ମଲ୍ ବନ୍ଦ ହୋଇ ମୋ ଚାଷୀକୁ ଗୋଟେ ସୁନ୍ଦର ବଜାର ଦିଆଯିବ।
ମୋ ଦେଶ ବିକଶିତ ହେବ ଯେବେ କବି ଟିକେ ସମ୍ମାନ ପାଇଁ ନିଜକୁ ବିକିବା ବନ୍ଦ କରିବ।
ମୋ ଦେଶ ବିକଶିତ ହେବ ଯେବେ ବୈଜ୍ଞାନିକ ର ଗବେଷଣା ଚାଷୀର କାମରେ ଆସିବ।
ମୋ ଦେଶ ବିକଶିତ ହେବ
 ଯେବେ ପ୍ରକୃତ ଦେଶର ଅବସ୍ଥା କୁ ସାମ୍ବାଦିକ ବନ୍ଧୁ ଖବରକାଗଜ ରେ ଛାପିବ।
ମୋ ଦେଶ ବିକଶିତ ହେବ
 ଯେବେ ମାଗଣା ରାସନ ପାଇବା ପଛରେ ଗୋଡ଼ାଇବା ବନ୍ଦ ହେବ।
ମୋ ଦେଶ ବିକଶିତ ହେବ
 ଯେବେ ଅଧିକାର ସାବ୍ୟସ୍ତ କରିବା ଅପେକ୍ଷା କର୍ତ୍ତବ୍ୟ କରିବାକୁ ଜୋର୍ ଦିଆଯିବ।
ମୋ ଦେଶ ବିକଶିତ ହେବ ସର୍ବୋପରି ଯେଉଁ ଦିନ ଶିକ୍ଷାର ବିକାଶ ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics