Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shireen Parween

Classics

4  

Shireen Parween

Classics

ଏହି ଆମ ଓଡ଼ିଶା ଏହି ଆମ ଜନ୍ମଭୂମି

ଏହି ଆମ ଓଡ଼ିଶା ଏହି ଆମ ଜନ୍ମଭୂମି

1 min
183


" ଏହି ଆମ ଓଡ଼ିଶା ଏହି ଆମ ଉତ୍କଳ 

ଗର୍ବ ଓ ଗୌରବର ରାଜ୍ୟ ଓଡ଼ିଶା "

କଙ୍ଗୋଦ ,କୋଶଳ, ଉତ୍କଳ ,ଓଡ଼ିଶା 

ସର୍ଣ୍ଣାକ୍ଷର ଲିପିବଦ୍ଧ ଯାହାର ଯଶ ,ଖ୍ୟାତିଇତିହାସ 

ଏହି ପୁଣ୍ୟ ମାଟିର ପାଣି ,ପବନ ,ଗଛଲତା 

କହୁଛି କଥା ଯୁଗ ଯୁଗ ଧରି 

କେତେ ଯେ ବୀର ମହାତ୍ମା ଜନ୍ମିଛନ୍ତି ଏହି ମାଟିରେ 

ନାଚ ଗୀତ କଳା ଓ ସଂସ୍କୃତି ଏହି ମାଟି ସବୁଠୁ ଆଗରେ ।

ଗାଁ ର ସବୁଜିମାରେ ମନ ମୋହେ ତ 

କୃଷକର ହଳ ବିଲରେ ହସ ଫୁଟାଏ

ଗାଉଁଲି ସ୍ତ୍ରୀର ମୁଣ୍ଡ ରେ ମାଠିଆ ଶୋଭାପାଏ ।

 ତ କେଉଁଠି ଛୋଟ ପିଲାଙ୍କ ବାଲି ଖେଳ

 ତ କେଉଁଠି ଅଜା ଆଈଙ୍କ ଜଣା ଅଜଣା କଥା 

ଲୋକ ନୃତ୍ୟ ବିଭିନ୍ନ ଜନଜାତି ଅଞ୍ଚଳରେ ଦେଖାଯାଏ ।

ତ କେଉଁଠି ନର୍ତକ ନତର୍କୀ ଭଙ୍ଗୀମାରେ ଶୋଭାପାଏ 

ତ କେଉଁଠି ମାଦଳ ଓ ବଂଶୀ ର ଗୀତ ଲୋକପ୍ରିୟତା ସବୁ ଗାଁ ର

ତ ଶାସ୍ତ୍ରୀୟ ନୃତ୍ୟ ଅସ୍ତିତ୍ବ ଗାନ କରୁଛି ସାତ ଶହ ବର୍ଷ ଧରି 

କେଉଁଠି ଛଉ ନୃତ୍ୟ ତ କେଉଁଠି ଗୋଟିପୁଅ ତ କେଉଁଠି ଓଡ଼ିଶୀ 

କେଉଁଠି ପୁରୀ ଜଗନ୍ନାଥ ମନ୍ଦିର ଶିଳାଲିପି ତ

କେଉଁଠି ଭୁବନେଶ୍ଵରର ଲିଙ୍ଗରାଜ ଭଙ୍ଗୀମା ମନ୍ଦିର

 ତ କେଉଁଠି କଟକ ଚଣ୍ଡୀ ମନ୍ଦିର ଆରାଧନା ତ 

କେଉଁଠି ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ।

ଆଧ୍ୟାତ୍ମିକତା ର କରେ ଗୁଣ ଗାନ 

ଚାରୁ ଚିତ୍ରକଳା ,ପଟଚିତ୍ର ପୌରାଣିକ କଥା ପ୍ରଦର୍ଶନ କରେ

କୃଷ୍ଣଲୀଳା ,ଦଶବତାର ଙ୍କ ଚିତ୍ର ତ 

କେଉଁଠି ପଞ୍ଚମୁଖୀ ଦେବତାଙ୍କ 

ଶିଳ୍ପକାରୀ ହୁଅନ୍ତି ପ୍ରଦର୍ଶିତ 

କଟକ ଚାନ୍ଦି ତାରକାସୀ କାମ ତ ବାଲେଶ୍ବରର ପଥର ବାସନ 

ତ ସମ୍ବଲପୁରର ସମ୍ବଲପୁରୀ ଶାଢୀ ଜିଣେ ମନ ବିଦେଶୀ ଙ୍କର

ବାଲି ଚିତ୍ର କଳା ନିଜ ମହନୀୟତା ବଖାଣେ 

ଆନନ୍ଦ ଦିଏ ପର୍ଯ୍ୟଟକ ମାନଙ୍କୁ 

" ଏହି ଆମ ଓଡ଼ିଶା ଏହି ଆମ ଉତ୍କଳ 

ଗର୍ବ ଓ ଗୌରବର ରାଜ୍ୟ ଓଡ଼ିଶା "



Rate this content
Log in

Similar oriya poem from Classics