Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Classics

4  

Niranjan Mishra

Classics

ଭାବରେ ଭକ୍ତିରେ ଭାଗବତ

ଭାବରେ ଭକ୍ତିରେ ଭାଗବତ

2 mins
381



ବୈକୁଣ୍ଠେ ମୁଁ ନାହିଁ ନାହିଁ ଯୋଗୀର ହୃଦୟେ ।

ହେ ନାରଦ ଥାଏ ମୁଁ ମୋ ଭକ୍ତ ଯହିଁ ଗାଏ ।୧।

ଶ୍ରୀ ହରି କହିଅଛନ୍ତି ନାରଦଙ୍କୁ ଏହା ।

ଭାବରେ ଭକ୍ତିରେ ଭାଗବତ ହୁଏ ଠିଆ ।୨।

ଭକ୍ତି ମାତା ଜ୍ଞାନ ବୈରାଗ୍ୟ ତାଙ୍କ ତନୟ ।

ଭକ୍ତି ନଥିଲେ କି ଦୁହେଁ ହୋଇବେ ଉଦୟ ?୩।

ଅନନ୍ତ ଶୁଣିଲେ ଏକ ଶ୍ଳୋକୀ ଭାଗବତ ।

ବ୍ରହ୍ମା ଶୁଣି ଚାରି ଶ୍ଳୋକେ କରିଲେ ସେ ଖ୍ୟାତ। ୪।

ନାରଦଙ୍କୁ ଶୁଣାଇଲେ ସେହି ଚାରି ଶ୍ଳୋକ ।

ବ୍ୟାସଙ୍କୁ ନାରଦ ଶୁଣାଇଲେ ଶହେ ଶ୍ଳୋକ ।୫।

ବ୍ୟାସ ଅଠର ହଜାର ଶ୍ଳୋକ ତାକୁ କଲେ ।

ଶୁକମୁନି ଭାଗବତ ପ୍ରଚାର କରିଲେ ।୬।

ଶୁକ ମୁଖୁ ଭାଗବତାମୃତ ଝରିବାରେ ।

ପାନ କଲେ ପ୍ରାଣୀଏ ତା' ମହାଆନନ୍ଦରେ ।୭।

ଶୁକ ପରୀକ୍ଷିତ ସମ୍ବାଦ ଏ ଭାଗବତ ।

ଶୌନକ ମୁନି ପୁଛନ୍ତି କହୁଛନ୍ତି ସୂତ ।୮।

ଷାଠିଏ ହଜାର ୠଷି ଗଙ୍ଗାନଦୀ ତୀରେ ।

ଶ୍ରବଣ କରିଲେ ପରୀକ୍ଷିତଙ୍କ ସଙ୍ଗରେ ।୯।

ସପତ ଦିନ ଭାବ ଭକତିରେ ଶ୍ରବଣ ।

କଲେ ପରୀକ୍ଷିତ ତକ୍ଷକ ଦଂଶିଲା ପୁଣ ।୧୦।

ତକ୍ଷକ ଦଂଶିବା ପୂର୍ବୁ ଭାଗବତ ଶୁଣି ।

ତରିଗଲେ ପରୀକ୍ଷିତ ଭବତରଙ୍ଗିଣୀ ।୧୧।

ଦ୍ଵାଦଶ ସ୍କନ୍ଧରେ ବର୍ଣ୍ଣିତ ଏ ଭାଗବତ।

ବିଷ୍ଣୁଙ୍କ ପୂର୍ଣ୍ଣାବତାର କୃଷ୍ଣ ଲୀଳାମୃତ। ୧୨।

ଐଶ୍ଵର୍ଯ୍ୟ ମାଧୁର୍ଯ୍ୟ କୃଷ୍ଣ ଲୀଳାର ଆଖ୍ୟାନ।

ଜନମଠୁ ଶ୍ରୀକୃଷ୍ଣଙ୍କ ସ୍ୱଧାମଗମନ।୧୩।

ଭାବରେ ଭକ୍ତିରେ ଭାଗବତ ବିଦ୍ୟମାନ ।

ପ୍ରତ୍ୟକ୍ଷ ଶ୍ରୀକୃଷ୍ଣ ଭାଗବତ ମନେ ଘେନ ।୧୪।

ଆଦ୍ୟ ମଧ୍ଯ ପ୍ରାନ୍ତେ ହରି ଚରିତ କଥିତ ।

ମାତାଙ୍କ ଉଦ୍ଧାର ଲାଗି ଶ୍ରୀମଦ୍ ଭାଗବତ ।୧୫।

ଓଡ଼ିଆରେ ରଚିଲେ ଶ୍ରୀ ଜଗନ୍ନାଥ ଦାସ ।

ବ୍ୟାସ ବିରଚିତ ଯାହା ସଂସ୍କୃତେ ପ୍ରକାଶ ।୧୬।

ନବାକ୍ଷରୀ ଛନ୍ଦରେ ଏ ଭାଗବତ ବାଣୀ ।

ବିରଚିଲେ ଜଗନ୍ନାଥ ମାତା ଥିଲେ ଶୁଣି ।୧୭।

ସରଳ ତରଳ ବାଣୀ ପରାଣକୁ ଛୁଏଁ ।

ଘରେ ଘରେ ପରିଚିତ ଭାଗବତ ହୁଏ ।୧୮।

ଲୋକ ମୁଖେ ଭାଗବତ ବାଣୀ ପାଏ ଶୋଭା ।

ଭାବ ଭକତିରେ ହୁଏ ଭାଗବତ ଉଭା ।୧୯।

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଏ ନାମ ଧର ।

ଭାଗବତୁଁ ଗଳେ ମକରନ୍ଦ ଝର ଝର ।୨୦।

ସେ ମକରନ୍ଦ ପାନେ ତରିଲେ ବ୍ରଜନାରୀ ।

ତାଙ୍କ ପଦେ ମନ ସଦା ରହିବ ମୋହରି ।୨୧।

ମନ ନିରନ୍ତର ଥାଇ କୃଷ୍ଣ କୃଷ୍ଣ ବୋଲି ।

ହେ କୃଷ୍ଣ ଉଦ୍ଧର ମୋ ଜୀବନ ଯାଉ ଚାଲି ।୨୨।

ଭାବରେ ଭକ୍ତିରେ ପାଠ କଲେ ଭାଗବତ ।

ଶୁଣିଲେ ବା ପଚାରିଲେ ଜୀବ ହୁଏ ମୁକ୍ତ  ।୨୩।

ପରମ ବୈଷ୍ଣବ ଶାସ୍ତ୍ର ଶ୍ରୀମଦ୍ ଭାଗବତ ।

ଅଭ୍ୟାସ କରି ପଢିବ ଏହା ନିତ୍ଯ ନିତ୍ଯ । ୨୪ ।

ପଦେ ପଦେ ଅଭିବୃଦ୍ଧି ହୋଇବ ଆନନ୍ଦ ।

ଭକତି ଜ୍ଞାନ ବୈରାଗ୍ୟ ପ୍ରକଟିବ ହୃଦ । ୨୫ ।

ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ ।

ପ୍ରାପ୍ତ ହୋଇ ପ୍ରେମ ଭକ୍ତି ହୋଇବ ସଫଳ ।୨୬।

ଜୀବ ଯିବା ବେଳେ ପାଠ କର ଭାଗବତ ।

କର୍ଣ୍ଣପୁଟେ ଶୁଣି ଜୀବ ହୋଇବ ମୁକତ ।୨୭।

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ମୋ ଜୀବନ ।

କୃଷ୍ଣ ବିନୁ ମୋ ଜୀବନେ ନଜାଣେ ମୁଁ ଆନ ।୨୮।


Rate this content
Log in

Similar oriya poem from Classics